Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Inspirational

4  

Kalpana Kumari Pradhan

Inspirational

ଉତ୍କଳ ଦିବସ

ଉତ୍କଳ ଦିବସ

1 min
6


ଏପ୍ରିଲ ପହିଲା   ଉଣେଇଶହ ଛତିଶ

   ନବ ଉନ୍ମାଦନା ଗଲା ସଞ୍ଚରି

ଭାଷା ଭିତ୍ତିକ    ପ୍ରଥମ ରାଇଜରୂପେ  

 ମାନ୍ୟତା ଲଭିଲା ଓଡିଶା ମୋହରି l


ଖଣ୍ଡ ବିଖଣ୍ଡିତ         ମାତୃଭୂମି କାୟା

   ବ୍ୟଥିତ କରିଥିଲା ଦିନେ ପ୍ରାଣ

ବୀରପୁତ୍ର ଗଣ       ଏକତ୍ରିତ ହୋଇ

   ଆରମ୍ଭିଲେ ସେ ଯେ ଆନ୍ଦୋଳନ l


କୃଷ୍ଣ ଚନ୍ଦ୍ର ଗଜପତି  ଫକୀରମୋହନ

    ଗୋପବନ୍ଧୁ ପୁଣି ମଧୁସୂଦନ

ଏପରି ଅନେକ      ରଥିମହାରଥୀଙ୍କ

   ତ୍ୟାଗ ସେବା ଆଉ ବଳିଦାନ l


ଉତ୍କର୍ଷ କଳା ର     ପୁଣ୍ୟଭୂମି ଉତ୍କଳ

    ନୀଳାଚଳ ଧାମ ଯହିଁ ସ୍ଥିତ

ଓଡ଼ିଆ ଙ୍କ ପ୍ରାଣ    ପ୍ରଭୁ ଜଗନ୍ନାଥ

   ମହିମା ଯାହାଙ୍କ ବିଶ୍ୱ ବିଦିତ l


ସୁନ୍ଦର ସଂସ୍କୃତି  ପରମ୍ପରା, ଧର୍ମଧାରା

   ଆଦର୍ଶ ଯାହାର ସଭ୍ୟତା 

ମହୁଠାରୁ ମିଠା       ଆମମାତୃଭାଷା

    ଲଭିଛି ଶାସ୍ତ୍ରିୟତା ର ମାନ୍ୟତା l


ଆଜି ଉତ୍କଳଦିବସେ    ଶପଥ ନେବା

    ଉତ୍ସର୍ଗୀ ଦେବା ଆମ ପରାଣ

ମାତୃଭାଷା ମାତୃଭୂମି       ର ଗାରିମା     

    ରଖିବା ସଦା ଆମେ ଅକ୍ଷୁର୍ଣ୍ଣ l



Rate this content
Log in

Similar oriya poem from Inspirational