Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Inspirational

3  

Kalpana Kumari Pradhan

Inspirational

ପଖାଳ କଂସା

ପଖାଳ କଂସା

1 min
7


କୋଟି ଓଡ଼ିଆର ଭାରି ପ୍ରିୟ

   ସେ ପଖାଳ କଂସା

ମନେ ଭରିଦିଏ ପରମ ତୃପ୍ତି

   ଉଡି ଯାଉଥିଲେ ହଂସା l


ଗ୍ରୀଷ୍ମ ଝାଂଞ୍ଜିର ନିଦାଘ ଖରାରେ

    ବହି ପଡୁଥାଏ ଝାଳ

ମନ ଲୋଡୁଥାଏ ମିଳନ୍ତା କି?

   ମୁଠିଏ ବାସି ପଖାଳ l


ପଖାଳ ସାଙ୍ଗକୁ ଲଙ୍କା ଲୁଣ

  ଟିକେ ଦେଇ ରଗଡି

ବଢିଚୁରା ଆଉ ଶାଗଭଜା

  ସାଥେ ବାଇଗଣ ପୋଡି l


ଓଡ଼ିଆ ସଭ୍ୟତା ଓଡ଼ିଆ ସଂସ୍କୃତି

  ଏଇ ପଖାଳ ଭାତ

କାଳିଆ ରାଜାର ଭାରି ପ୍ରିୟ

  ସାରା ବିଶ୍ୱେ ବିଦିତ l


ଆମ ପରମ୍ପରା ଆମରି ଚଳଣି

  ସବୁଥିରେ ଅଛି କାଳିଆ 

ନିଇତି ଶୋଇବା ଆଗରୁ ପଖାଳ 

    ଭୁଞ୍ଜେ ବଡ଼ ଦେଉଳିଆ l

    

    

  

    

     


Rate this content
Log in

Similar oriya poem from Inspirational