STORYMIRROR

ବାସନ୍ତୀ ଦେଈ ଶିକ୍ଷୟିତ୍ରୀ, ଖୋର୍ଦ୍ଧା -ଅରୁଣିମା-

Inspirational

3  

ବାସନ୍ତୀ ଦେଈ ଶିକ୍ଷୟିତ୍ରୀ, ଖୋର୍ଦ୍ଧା -ଅରୁଣିମା-

Inspirational

ବାପୁ - ମନେପଡେ ତୁମ ସ୍ମୃତି

ବାପୁ - ମନେପଡେ ତୁମ ସ୍ମୃତି

1 min
148


ପବିତ୍ର ଦିବସ ଅକ୍ଟୋବର ଦୁଇ

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ମହାନ୍ ପୁରୁଷ ତୁମେ ଦୁହେଁ ଥିଲ

ମନେ ପଡେ ତୁମ ସ୍ମୃତି।୧।


ସତ୍ୟ ଓ ଅହିଂସା ପୂଜାରୀ ଗାନ୍ଧିଜୀ

 ଶାନ୍ତି ର ପ୍ରତୀକ ଶାସ୍ତ୍ରୀ

ବିନା ଅସ୍ତ୍ର ଆଉ ରକ୍ତପାତ ରେ

ସ୍ଵାଧୀନତା ହେଲା ପ୍ରାପ୍ତି ।୨।


ଗାନ୍ଧିନୀତି ଆଉ ଜାତୀୟତା ଭାବେ

ହୋଇଥିଲ ପ୍ରଭାବିତ

ପ୍ରତି ଆନ୍ଦୋଳନେ ପୂର୍ଣ୍ଣ ସହଯୋଗ

ଗାନ୍ଧିଜୀଙ୍କୁ ଦେଇ ସାଥ ।୩।


ଅସହଯୋଗ ଓ ଆଇନ ଅମାନ୍ୟ

ଭାରତ ଛାଡ଼ ଆନ୍ଦୋଳନ

ଦୃଢ଼ ମନୋବଳ ଅଟଳ ବିଶ୍ଵାସେ

ଜାଗିଲେ ଜନତା ଗଣ ।୪।


ରକ୍ତପିପାସୁ ସେ ଗୋରା ସରକାର

 ବହୁ ନିର୍ଯ୍ୟାତନା ଦେଲା

କାରାଗାରେ ଭରି ବନ୍ଧୁକ ମୁନରେ

କରିଲା ଦମନ ଲୀଳା ।୫।


ଖାତିର ନକରି ବନ୍ଧୁକ ମୁନକୁ

ପାତି ଦେଇଥିଲ ଛାତି

କଲ ଅନଶନ ମାଟି ମାଆ ପାଇଁ

ଇଂରେଜ କରିଲେ ଭୀତି ।୬।


ସାତ ସମୁଦର ଦରିଆ ଡେଇଁ କି

ଛାଡି ପଳାଇଲେ ରଜା

ପୂର୍ଣ୍ଣ ସ୍ଵାଧୀନତା ପାଇଲା ଭାରତ

ଉଡ଼ିଲା ତ୍ରିରଙ୍ଗା ଧ୍ୱଜା ।୭।


ତୁମ ଯଶ କୀର୍ତ୍ତି ଅମର ରହିଛି

ସ୍ଵର୍ଣିମ ଇତିହାସରେ

ହେ ମହାନ୍ ଆତ୍ମା ଅବତରି ଆସ

ଏହି ଧରଣୀ ବକ୍ଷରେ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ବାସନ୍ତୀ ଦେଈ ଶିକ୍ଷୟିତ୍ରୀ, ଖୋର୍ଦ୍ଧା -ଅରୁଣିମା-

Similar oriya poem from Inspirational