STORYMIRROR

ବାସନ୍ତୀ ଦେଈ ଶିକ୍ଷୟିତ୍ରୀ, ଖୋର୍ଦ୍ଧା -ଅରୁଣିମା-

Inspirational

3  

ବାସନ୍ତୀ ଦେଈ ଶିକ୍ଷୟିତ୍ରୀ, ଖୋର୍ଦ୍ଧା -ଅରୁଣିମା-

Inspirational

ସ୍ନେହ ର ବନ୍ଧନ-ରାକ୍ଷୀ

ସ୍ନେହ ର ବନ୍ଧନ-ରାକ୍ଷୀ

1 min
130


ଶ୍ରାବଣ ମାସରେ ଗହ୍ମା ପୂନେଇଁ ରେ 

   ରାକ୍ଷୀ ପରବ ପଡ଼ଇ, 

ପ୍ରଭୁ ବଳଭଦ୍ର ଶ୍ରୀ କୃଷ୍ଣ ଙ୍କ ଭ୍ରାତ 

    ଜନମ ତିଥି ଅଟଇ।


ଶ୍ରୀକ୍ଷେତ୍ର ରେ ରହି ସଂସାର କୁ ସେହି 

   ଦିଅଇ ଦିବ୍ୟ ବାରତା,

ସ୍ନେହ ଡୋରେ ବନ୍ଧା ରୁହ ଭଗ୍ନୀ ଭ୍ରାତା

  ପିତା ମାତା ଯେ ଦେବତା।


ମହାନ୍ ଆମର ଉତ୍କଳ ସଂସ୍କୃତି 

  ବାରମାସେ ତେର ପର୍ବ,

 ରକ୍ଷା ବନ୍ଧନ ଟି ସଵୁଠାରୁ ଭିନ୍ନ 

   ସ୍ନେହ ପ୍ରୀତି ର ପରବ ।


ଭାଇକୁ ଚନ୍ଦନ ତିଳକ ପିନ୍ଧାଇ

   ଫୁଲ ଦୀପ ରେ ବନ୍ଦାଇ

ରେଶମୀ ସୂତା ର ପଵିତ୍ର ଡୋରରେ

  ଭଉଣୀ ରାକ୍ଷୀ ବାନ୍ଧଇ ।


ଭାଇର ମଙ୍ଗଳ ଶୁଭ ମନାସିଣ

  ଭଉଣୀ ପ୍ରାର୍ଥନା କରେ,

ମୋ ଭାଇକୁ ସଦା ଖୁସିରେ ରଖନ୍ତୁ

  ସାହା ହୁଅ ମୋ ଭାଇ ରେ।


ରାକ୍ଷୀ ନୁହେଁ ସେ ତ ମମତା ର ଡୋର

  ସ୍ନେହ ପ୍ରୀତି ର ବନ୍ଧନ,

ଭାଇଭଉଣୀ ଙ୍କ ପବିତ୍ର ସମ୍ପର୍କ

  କରାଇଥାଏ ସ୍ମରଣ।


ପୁରାଣ ଯୁଗରୁ ଇତିହାସ କହେ

   ଏଇ ରାକ୍ଷୀ ର ମହତ୍ୱ

ଦ୍ରୌପଦୀ ର ମାନ ରଖିଲେ ଗୋବିନ୍ଦ

   ସମ୍ପର୍କ ଅଟେ ପବିତ୍ର।


ଇନ୍ଦ୍ରପତ୍ନୀ ଶଚୀ ବିଷ୍ଣୁଙ୍କ ପ୍ରଦତ୍ତ

   ରାକ୍ଷୀ ଇନ୍ଦ୍ର ଙ୍କୁ ବାନ୍ଧିଲେ 

ବଳି କୁ ପରାସ୍ତ କରି ଇନ୍ଦ୍ରପୁରୀ

  ରକ୍ଷା ସେ ଇନ୍ଦ୍ର କରିଲେ।


ରାଣୀ କର୍ଣ୍ଣାବତୀ ଚିତୋର ଗଡର

   ସୁରକ୍ଷା ନିମନ୍ତେ ଭଲେ,

ମୋଗଲ ସମ୍ରାଟ ହୁମାୟୂନ୍ ପାଶେ

  ରାକ୍ଷୀ ପ୍ରେରଣ କରିଲେ।


ରାକ୍ଷୀ ତ ଅଟଇ ସୁରକ୍ଷା କବଚ

   ବାନ୍ଧିବା ଭାଇ ହାତରେ,

ଏ ରକ୍ଷା ବନ୍ଧନ ସ୍ନେହ ର ବନ୍ଧନ

  ଅତୁଟ ରହୁ ଧରାରେ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ବାସନ୍ତୀ ଦେଈ ଶିକ୍ଷୟିତ୍ରୀ, ଖୋର୍ଦ୍ଧା -ଅରୁଣିମା-

Similar oriya poem from Inspirational