STORYMIRROR

ବାସନ୍ତୀ ଦେଈ ଶିକ୍ଷୟିତ୍ରୀ, ଖୋର୍ଦ୍ଧା -ଅରୁଣିମା-

Children

3  

ବାସନ୍ତୀ ଦେଈ ଶିକ୍ଷୟିତ୍ରୀ, ଖୋର୍ଦ୍ଧା -ଅରୁଣିମା-

Children

ପ୍ରଣାମ ଗୁରୁ ଦେବ

ପ୍ରଣାମ ଗୁରୁ ଦେବ

1 min
187


ମହାନ୍ ପବିତ୍ର ଗୁରୁ ଦିବସ

ପାଞ୍ଚ ତାରିଖ ସେପ୍ଟେମ୍ବର ମାସ ।


ସାରା ଭାରତର ଶୁଭ ଲଗନ

ଗୁରୁ ପୟରେ କରିବା ବନ୍ଦନ।


ଗୁରୁ ପରମ୍ପରା ଯୁଗଯୁଗର

ଆୟୋଜନ ହୁଏ ପୂଜ୍ୟପୂଜାର ।


ଗୁରୁ ପିତାମାତା ଗୁରୁ ଦେବତା

ବିଦ୍ୟା ଗୁରୁ ଶ୍ରେଷ୍ଠ ଗୁରୁ ଜାଣିଥା ।


ଅଜ୍ଞାନ ଅନ୍ଧକାର କୁ ନାଶନ୍ତି

ଶିଷ୍ୟେ ସର୍ବଦା ଆଶିଷ ଢାଳନ୍ତି।


ସଦଗୁରୁ ଯେବେ ମାରେ ଗୋଇଠା

ଅନ୍ଧାର ଘରେ ଜଳଇ ବଇଠା।


ସଦଗୁରୁ ପଦେ ଭକ୍ତି ରଖିବ

ଶିଷ୍ୟ ଅଭୟ ପଦକୁ ଲଭିବ।


ଗୁରୁତତ୍ତ୍ଵ କୁ ପୁରାଣେ ବର୍ଣ୍ଣନା

ଦେବତା ବି ଲୋଡ଼େ ଗୁରୁ ପ୍ରେରଣା।


ଶ୍ରୀରାମ ଙ୍କ ଗୁରୁ ବଶିଷ୍ଠ ମହର୍ଷି

ଶ୍ରୀକୃଷ୍ଣଙ୍କ ଗୁରୁ ସଦିପନୀ ଋଷି ।


ଶିଷ୍ୟ ଭକ୍ତିରେ ଗୁରୁ ଙ୍କୁ ପୂଜିବ

ଗୁରୁ ପୂଜନେ ଆଶିଷ ଲଭିବ।


ଗୁରୁ ଦିବସ ର ଶୁଭ ଲଗନେ

ଆଜି ବନ୍ଦଇ ମୁଁ ଗୁରୁ ଚରଣେ।


ଗୁରୁ ବାନାମ୍ବର ଗାଆଁ ସ୍କୁଲର

ଆଦର୍ଶ ମୁଁ ପୂଜେ ତାଙ୍କ ପୟର।


ରାଧାଶ୍ୟାମ, ହୋତାସାର୍ ହାଇସ୍କୁଲର

ଆଦର୍ଶ ଅଟନ୍ତି ମୋ ଜୀବନର।


ତାଙ୍କ ଶିକ୍ଷାରୁ ମୁଁ ହେଲି ମଣିଷ

ମୋ ପାଇଁ ସେ ଅଟନ୍ତି ଦେବ ସଦୃଶ।


ତାଙ୍କ ଚରଣେ ମଥା ନତ ହେଉ

ଗୁରୁ ମାହାତ୍ମ୍ୟ କାଳକାଳ ରହୁ।


ତଵ କୃପା ରୁ ଅମୃତ ବର୍ଷିଵ

ଘେନ ମୋର ପ୍ରଣାମ ଗୁରୁଦେବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ବାସନ୍ତୀ ଦେଈ ଶିକ୍ଷୟିତ୍ରୀ, ଖୋର୍ଦ୍ଧା -ଅରୁଣିମା-

Similar oriya poem from Children