STORYMIRROR

ବାସନ୍ତୀ ଦେଈ ଶିକ୍ଷୟିତ୍ରୀ, ଖୋର୍ଦ୍ଧା -ଅରୁଣିମା-

Inspirational

4  

ବାସନ୍ତୀ ଦେଈ ଶିକ୍ଷୟିତ୍ରୀ, ଖୋର୍ଦ୍ଧା -ଅରୁଣିମା-

Inspirational

ଫୁଲ

ଫୁଲ

1 min
6


ପରମେଶ୍ବର ଙ୍କ ସୃଷ୍ଟି ରେ ସମ୍ଭାର

ସୁକୋମଳ ଦିବ୍ୟ ପୁଷ୍ପ

କେଉଁ ଦେବତାର କ୍ଷଣିକ ଆଶିଷ 

ସରଳ ଆଉ ନିଷ୍ପାପ।୧।


ଟିକି ଫୁଲ ସିନା ମହକ ତାହାର

ମୂଲ୍ୟ ତା ଅମୂଲ୍ୟ ମୂଲ

ଦେବତାର ଶିରେ ଲାଗଇ ଆନନ୍ଦେ

କିଏ ହେବ ତା'ର ତୁଲ।୨।


ବନେ ଉପବନେ ବାଡ଼ି ବଗିଚାରେ

ହୋଇଥାଏ ତା'ର ଜନ୍ମ

ସକାଳେ ଫୁଟି ସେ ସଞ୍ଜରେ ମଉଳେ

ବିଧାତା ର ବରଦାନ।୩।


ଦେବ ପୂଜାର୍ଚ୍ଚନା ପାଇଁ ଫୁଲ ଲୋଡା

ଶ୍ରଦ୍ଧାରେ ମନୁଷ୍ୟ ତୋଳେ

ଚନ୍ଦନ ସିନ୍ଦୂର ଅଗୁରୁ କର୍ପୁର

ଭକ୍ତିରେ କୁସୁମ ଢାଳେ।୪।


ନାନା ଜାତି, ରଙ୍ଗେ ପୁଷ୍ପ ବାଟିକାରେ 

ଶୋଭା ବର୍ଦ୍ଧନ କରଇ

ଫୁଲର ସୁଗନ୍ଧ ଦିବ୍ୟ ମହକରେ

ଜନ ମାନସ ହରଇ।୫।


ପାଗଳ ଭ୍ରମର କରଇ ଗୁଞ୍ଜନ

ଫୁଲରୁ ଫୁଲକୁ ଉଡେ

ମାଧ୍ୟମ ସେ ଫୁଲ ବଂଶ ବିସ୍ତାରରେ

ପରାଗ ରେଣୁ କୁ ଛାଡେ।୬।


ଜନମ ଉତ୍ସବ ବିବାହ ବେଦୀ ରୁ

ମଶାଣି ଭୂଇଁ ପର୍ଯ୍ୟନ୍ତ

ଶୁଭ ମାଙ୍ଗଳିକ ଯାଗ ଯଜ୍ଞ ହୋମ

ଲୋଡା ହୁଅଇ ଏକାନ୍ତ।୭।


ନବ ବିବାହିତା କୁମାରୀ ବନିତା

ଗଳାରେ ଗଜରା ହାର

ଓଷା ପରବରେ ଦେବୀ ମସ୍ତକରେ

ଲଗାଏ କୁସୁମ ହାର।୮।


 ବିଳାସ ସାମଗ୍ରି ସୁଗନ୍ଧ ଅତର 

ଫୁଲରୁ ପ୍ରସ୍ତୁତି ହୁଏ 

ନାନା ରଙ୍ଗ ଫୁଲେ ଫୁଲତୋଡ଼ା ଟିଏ

ବର ଗାଡ଼ି ସଜା ହୁଏ।୯।


ସ୍ଵାଗତ ବିଦାୟ ଗୃହ ସାଜସଜ୍ଜା

ସଭାସମିତିରେ ପରା 

ଫୁଲ ବିନା ସତେ ଅଧୁରା ଲାଗଇ

ଫୁଲ ଖୁସିର ପସରା।୧୦।


ଜୁଇ ଜାଇ ହେନା ମାଳତୀ ଟଗର

ଗେଣ୍ଡୁ ମାଧବୀ ଗୋଲାପ 

କିଆ କେତକୀ ଓ ଗୟସ ଅରଖ

ଚମ୍ପା ଓ ଡାଲିଆ ପୁଷ୍ପ।୧୧।


ଅନେକ ଜାତିର ଫୁଲର ସମ୍ଭାର

ଦେବାଦେବୀ ଙ୍କର ପ୍ରିୟ

ପ୍ରେମୀ ଯୁଗଳଙ୍କ ସ୍ମୃତି ର ସ୍ମାରକ

ଦାନ ତା ଅତୁଳନୀୟ।୧୨।


ଜଗତ ମଙ୍ଗଳ କାର୍ଯ୍ୟରେ ସର୍ବଦା

ଫୁଲ ହୁଏ ସମର୍ପିତ

ସେବା ଦାନ ତା'ର ଅଟଇ ମହତ 

ସୌନ୍ଦର୍ଯ୍ୟରେ ଅପ୍ରମିତ।୧୩।


ନାନା ନାମ ରଙ୍ଗ ବାସ ଓ ମହକ

ଭରିଛ ପ୍ରଭୁ ଫୁଲରେ

ଟିକି ଫୁଲ ଟିଏ କର ମୋତେ ପ୍ରଭୁ

ଲାଗିବି ତୁମ ସେବାରେ।୧୪।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ବାସନ୍ତୀ ଦେଈ ଶିକ୍ଷୟିତ୍ରୀ, ଖୋର୍ଦ୍ଧା -ଅରୁଣିମା-

Similar oriya poem from Inspirational