STORYMIRROR

ବାସନ୍ତୀ ଦେଈ ଶିକ୍ଷୟିତ୍ରୀ, ଖୋର୍ଦ୍ଧା -ଅରୁଣିମା-

Children

3  

ବାସନ୍ତୀ ଦେଈ ଶିକ୍ଷୟିତ୍ରୀ, ଖୋର୍ଦ୍ଧା -ଅରୁଣିମା-

Children

ଅଗ୍ରପୂଜ୍ୟ ଶ୍ରୀ ଗଣେଶ

ଅଗ୍ରପୂଜ୍ୟ ଶ୍ରୀ ଗଣେଶ

1 min
197


ସିଦ୍ଧି ବିନାୟକ ବାବା ଗଣପତି 

  ଅଗ୍ରପୂଜ୍ୟ ଶ୍ରୀ ଗଣେଶ

ପିତା ମହାଦେବ ମାତା ଯେ ପାର୍ବତୀ 

  ସର୍ବ ବିଘ୍ନ କର ନାଶ।


ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ରେ

  ପୂଜିତ ହୁଅ ଧରାରେ

ପୁରୀ ପଲ୍ଲୀ ନଗ୍ର ଉତ୍ସବ ମୁଖର

  ଶୁଭ୍ର ଶରତ ଋତୁରେ।


 ଦୋକାନ ବଜାର ବିଦ୍ୟାଳୟେ ତବ

   ହୁଏ ପୂଜା ଅନୁଷ୍ଠାନ

ବିଦ୍ୟା ପ୍ରଦାୟକ ପ୍ରଭୁ ବିଘ୍ନେଶ୍ୱର

  ଜୟ ଗିରିଜା ନନ୍ଦନ।


ମୂଷିକ ବାହନ ଆହେ ଗଜାନନ

   କର ସଙ୍କଟ ମୋଚନ

ତବ କୃପାରୁ ମହର୍ଷି ବ୍ୟାସଦେବ

  ମହାଭାରତ ରଚନ।


ଋଦ୍ଧି ସିଦ୍ଧି ଦାତା ମଙ୍ଗଳମୂରତ୍ତି

  ବିଘ୍ନହର୍ତ୍ତା ଲମ୍ବୋଦର

ଗଉରୀ ମାନସ ମଳୁଖ ସନ୍ତାନ

  ବିଘ୍ନ ନାଶ ଜଗତର।


ବିଦ୍ୟା ବୁଦ୍ଧି ଜ୍ଞାନ କରହେ ପ୍ରଦାନ

  ଏ ମର୍ତ୍ତ୍ୟଭୁଵନେ ଆସି

ଜାଳି ଜ୍ଞାନାଲୋକ ସଭିଙ୍କ ହୃଦୟେ

   ଅଜ୍ଞାନ ଦିଅ ବିନାଶି।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ବାସନ୍ତୀ ଦେଈ ଶିକ୍ଷୟିତ୍ରୀ, ଖୋର୍ଦ୍ଧା -ଅରୁଣିମା-

Similar oriya poem from Children