ଅଗ୍ରପୂଜ୍ୟ ଶ୍ରୀ ଗଣେଶ
ଅଗ୍ରପୂଜ୍ୟ ଶ୍ରୀ ଗଣେଶ
ସିଦ୍ଧି ବିନାୟକ ବାବା ଗଣପତି
ଅଗ୍ରପୂଜ୍ୟ ଶ୍ରୀ ଗଣେଶ
ପିତା ମହାଦେବ ମାତା ଯେ ପାର୍ବତୀ
ସର୍ବ ବିଘ୍ନ କର ନାଶ।
ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ରେ
ପୂଜିତ ହୁଅ ଧରାରେ
ପୁରୀ ପଲ୍ଲୀ ନଗ୍ର ଉତ୍ସବ ମୁଖର
ଶୁଭ୍ର ଶରତ ଋତୁରେ।
ଦୋକାନ ବଜାର ବିଦ୍ୟାଳୟେ ତବ
ହୁଏ ପୂଜା ଅନୁଷ୍ଠାନ
ବିଦ୍ୟା ପ୍ରଦାୟକ ପ୍ରଭୁ ବିଘ୍ନେଶ୍ୱର
ଜୟ ଗିରିଜା ନନ୍ଦନ।
ମୂଷିକ ବାହନ ଆହେ ଗଜାନନ
କର ସଙ୍କଟ ମୋଚନ
ତବ କୃପାରୁ ମହର୍ଷି ବ୍ୟାସଦେବ
ମହାଭାରତ ରଚନ।
ଋଦ୍ଧି ସିଦ୍ଧି ଦାତା ମଙ୍ଗଳମୂରତ୍ତି
ବିଘ୍ନହର୍ତ୍ତା ଲମ୍ବୋଦର
ଗଉରୀ ମାନସ ମଳୁଖ ସନ୍ତାନ
ବିଘ୍ନ ନାଶ ଜଗତର।
ବିଦ୍ୟା ବୁଦ୍ଧି ଜ୍ଞାନ କରହେ ପ୍ରଦାନ
ଏ ମର୍ତ୍ତ୍ୟଭୁଵନେ ଆସି
ଜାଳି ଜ୍ଞାନାଲୋକ ସଭିଙ୍କ ହୃଦୟେ
ଅଜ୍ଞାନ ଦିଅ ବିନାଶି।
