Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharati Bhusan Das

Inspirational

3  

Bharati Bhusan Das

Inspirational

ଫୁଙ୍ଗୁଳା ଶରୀର ବୁଲା ଫକୀର

ଫୁଙ୍ଗୁଳା ଶରୀର ବୁଲା ଫକୀର

1 min
197


ଫୁଙ୍ଗୁଳା ଶରୀର ବୁଲା ଫକୀର ହେ

   ବୁଲୁଥିଲ ଧରି ଲାଠି

ସଂଯମତା ଗୁଣେ ଶିଖେଇ ଯେ ଥିଲ

  କେହି ନଖଟନ୍ତି ବେଠି।


ଅହିଂସା ପଥର ପଥ ପ୍ରଦର୍ଶକ

    ସତ୍ୟ ନ୍ୟାୟ ଧର୍ମ ଗୁଣ

ଦେଖି ହରିଶ୍ଚନ୍ଦ୍ର ନାଟକ ଟି ପୁଣି

   ଦାନ ଗୁଣେ ମହାମାନ୍ୟ।


ସତ୍ୟର ପୂଜାରୀ ଧର୍ମ କୁ ବିଚାରି

   ସହୁଥିଲ ଯେ ଯାତନା

ପୁରାଣ ସାହିତ୍ୟ ଇତିହାସ ଗାଥା

   ପଢି, ଭୁଲିଛ ଲାଞ୍ଛନା।


ଦରଦୀ ମନରେ ସ୍ନେହ ସମ୍ପର୍କ ରେ

    ବୁଲିଲ ଭାରତ ବର୍ଷ

ବୁଣିଦେଲ କାନେ ଅହିଂସା ମନ୍ତ୍ରଟି

    ଭରିଗଲା ଯେ ଉତ୍କର୍ଷ।


ଦେଶ ପ୍ରେମ ଭାଷା ସିଞ୍ଚି ଦେଲ ହୃଦେ

     ସ୍ୱାଧୀନତା ଭାବ ଭଙ୍ଗୀ

ଭାରତ ମାଆ ର ହେ ବୀର ସନ୍ତାନ

    ଦେଶ ପ୍ରେମ ଅନୁରାଗୀ।


ତୁମରି ଆଦର୍ଶ ରଖିବାକୁ ହୃଦେ

     ଦିଅ ପରାମର୍ଶ ବାପୁ

ସ୍ଖଳିତ ସମାଜ ସୁଧୁରି ଯିବାକୁ

    ହରିଦିଅ ହୃଦୁ ରିପୁ।


ଆହେ ଆର୍ଯ୍ୟ ସନ୍ଥ ଦେଖାଅ ସୁପଥ

     ସ୍ଵଛତାର ସେହି ମାର୍ଗ

ସତ୍ୟ ନ୍ୟାୟ ଧର୍ମେ ଚଳିବାକୁ ହେବ

     ରହିଥିବ ଅନୁରାଗ।


ଫୁଙ୍ଗୁଳା ଶରୀର ଦେଖିବାକୁ ମନ

    ରହିଛି ହୃଦରେ ଆଶା

ଲାଠି ଧରି ବାପୁ ଆସ ଥରେ ବୁଲି

   ନକର ଆଉ ନିରାଶା।


Rate this content
Log in

Similar oriya poem from Inspirational