Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharati Bhusan Das

Abstract

4  

Bharati Bhusan Das

Abstract

ଉତ୍କଳର ନେତା

ଉତ୍କଳର ନେତା

1 min
5


ପରମ ପୁରୁଷ ହେ ପରମ ପିତା

ଆଦି ଅନନ୍ତ ପରମ ନାଥ

ପଥ ପ୍ରଦର୍ଶକ ହୁଅ ହେ ଠାକୁର

ଉତ୍କଳ ର ନେତା ସ୍ୱୟଂ ଜଗନ୍ନାଥ ।


ନେତା ନୁହେଁ କେହି ଅଭିନେତା ସର୍ବେ

ଅଭିନୟ ମଞ୍ଚପରେ

ରଙ୍ଗ ମାଖି ସିନା ଅଭିନୟ କର

ଅଭିନୀତ ନାଟକରେ।


ଅଙ୍କ ସରିଗଲେ ଯବନିକା ପଡେ

ନେପଥ୍ୟେ ରେ କୋଳାହଳ

ନାୟକ ନାୟିକା ବେସାହାରା ସର୍ବେ

ଅର୍ଥ ଅନର୍ଥ ର ମୂଳ।


ଭଣ୍ଡିବାକୁ ଭଣ୍ଡ ଭାଣ୍ଡ ଧରିଛନ୍ତି

ଉଦଣ୍ଡ ହେଉଛି ଭାବ

କୋଦଣ୍ଡ ଧରିଣ ଆସ ମହାପ୍ରଭୁ

ହେଉ ରାମ ରାଜ୍ୟ ସତ।


ଉତ୍କର୍ଷ ର ଭୂମି ଉତ୍କଳ ଅଟଇ

ନୀତି ପରମ୍ପରା ସାର

ଉତ୍କଳ ର ନେତା ସ୍ୱୟଂ ଜଗନ୍ନାଥ

ଅନାଦି ଅନନ୍ତ ବର।


ପ୍ରଜା ସୁଖ ଲାଗି ରଜା ବଡ଼ ପଣ

ଲଜ୍ଜା ରେ ଜୀବନ ରେଖା

ସଜା ଦେବାପାଇଁ ଖଞ୍ଜା ଯେ ଖସଡ଼ା

ଜୀବନ ର ମହାଶିକ୍ଷା।


ନୀତି ଆଦର୍ଶ ରେ ରଖିବାକୁ କୃତ୍ତି

ବୃତ୍ତି ହେଉ ନିତି ଧାର୍ଯ୍ୟ

ଉତ୍କଳ ର ନେତା ସ୍ୱୟଂ ଜଗନ୍ନାଥ

ତବ ପଦେ ଯେ ବିଚାର୍ଯ୍ୟ।


ନେତା ହେବା ପାଇଁ ଭତ୍ତା ନୁହେଁ କାମ୍ୟ

ସେବା ସଂସ୍କାର ରେ ଲୟ

ଅନ୍ୟଥା ସଂସାର ସଂସ୍କୃତିର ଯେ

ହେବ ନିଶ୍ଚିତ ବିଲୟ।


ଉତ୍କଳ ର ନେତା ସ୍ୱୟଂ ଜଗନ୍ନାଥ

ଏତିକି ଭାବନା ରହୁ

ସତ ପଥେ ସଦାଚାରେ ଶାଳୀନରେ

ଜୀବନ ବାହିତ ହେଉ।


ଲୟ ରହୁ ସଦା ନୀତି ଆଦର୍ଶରେ

ମନଭାବ ସୁକୀର୍ତ୍ତି ରେ

ଅଭିନୟ ସାରି ଫେରିବାକୁ ହେବ

ରଚି ଇତିହାସ ସ୍ମୃତିରେ ।


Rate this content
Log in

Similar oriya poem from Abstract