Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharati Bhusan Das

Abstract

4  

Bharati Bhusan Das

Abstract

ସମୟ

ସମୟ

1 min
5


ସମୟ ଅପେକ୍ଷା କରେନି

ଏମିତି ଏକ ଭାବନାକୁ ନେଇ

ବଞ୍ଚିଥିବା ମଣିଷ ଟି

ଏବେ ଅନୁଭବ କରୁଛି

ସମୟ ର ପରିବର୍ତ୍ତନ

ଖୁବ ବଦଳି ଯାଇଛି ସମୟ

ସେଦିନର ଭବିଷ୍ୟତ ଦେଖିଥିବା ମଣିଷ

ଆଜି ଦେଖୁଛି ଅନେକ ପରିବର୍ତ୍ତନ

ବିଶ୍ୱାସ କରିବାକୁ ବାଧ୍ୟ ହେଉଛି

ଆଦରି ନେବାକୁ ବୋଧହୁଏ ଇସାରା

ଅସହାୟ ମଣିଷଟି

ବାଧ୍ୟ ଶିଶୁ ଭଳି ଶାନ୍ତ ପଡି ଯାଇଛି

ସମୟର ନିଷ୍ଠୁର ଇଙ୍ଗିତ ରେ

ନା ପ୍ରତିରୋଧ କରିବାର ସାହସ

ନା ପରାମର୍ଶ ଦେବାର ଆବଶ୍ୟକତା

ହେ ସମୟ

ତୁମେ ପରା ଏକ ଆହ୍ୱାନ

     ବିଚାର ରେ ଜିଜ୍ଞାସାରେ ଚିନ୍ତନରେ

ତେବେ କିଆଁ ହାରିଯିବାର ଏ ଅଭିନୟ

   ହରେଇ ଦେବାପାଇଁ ତୁମେ କିନ୍ତୁ

ନୀରବ ସାଜନା

    ଥମିଯିବା ପାଇଁ କେବେବି ଚିନ୍ତା କରନା

ଆସ ସେଇ ପୂର୍ବ ବଳିଷ୍ଠ ଭାବନା ଭିତରେ

   ସଭିଙ୍କୁ ସୂଚେଇ ଦେବାକୁ

ସମୟ ବଡ଼ ବଳବାନ

  ଅପେକ୍ଷା କରେନି ସତ କାହାରିକୁ

କିନ୍ତୁ ପରିବର୍ତ୍ତନ ର ସୁଅରେ

ଚେତେଇ ଦେବାକୁ ସମୟ ଥିବ

   ସର୍ବଦା ଜାଗ୍ରତ

ଅନୁପ୍ରାଣିତ କରିବାକୁ

ବିଚାର ରେ ଜିଜ୍ଞାସା ରେ ଚିନ୍ତନ ରେ ।


Rate this content
Log in

Similar oriya poem from Abstract