Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ବିଦ୍ୟା ବୁଦ୍ଧି ଦିଅ ପାର୍ବତୀନନ୍ଦନ

ବିଦ୍ୟା ବୁଦ୍ଧି ଦିଅ ପାର୍ବତୀନନ୍ଦନ

1 min
134



ବିଦ୍ୟା ବୁଦ୍ଧି ଦିଅ ପାର୍ବତୀ ନନ୍ଦନ

ଶ୍ରୀପୟରେ କରେ ଅଳି

ମୁଁ ଏକ ଅବୋଧ ଅଜ୍ଞାନ ବାଳକ

ଶୂନ୍ୟ ଅଛି ମୋ ଅଞ୍ଜଳି । (୦)


ତୁମେ ବିଦ୍ୟାଦାତା ଯେତେ ବିଘ୍ନ ହର୍ତ୍ତା 

ଏକଦନ୍ତ ଗଜାନନ

ଅଗ୍ରପୂଜ୍ୟ ସବୁ ଦେବାଦେବୀ ମଧ୍ୟେ

ଯୁଗଯୁଗର ବନ୍ଦନ ।

ଆହେ ଲମ୍ବୋଦର ଗଣଙ୍କ ଈଶ୍ବର

ଅମ୍ବିକାଙ୍କ ଗଳାମାଳି 

ପୂରାଅ ଶୂନ୍ୟ ଅଞ୍ଜଳି ।(୧)


ଜାଣି ନାହିଁ ପୂଜା ବିଧିବିଧାନରେ

ଭକତିର ଦୀପ ଜାଳି

ଚରଣ ଯୁଗଳେ କରଇ ଗୁହାରି

ଘେନା କର ପୂଜା ଥାଳି ।

ଜ୍ଞାନହୀନ ବୋଲି ନଦେଇଣ ଠେଲି

ଶ୍ରୀହସ୍ତରେ ନିଅ ତୋଳି 

ପୂରାଇ ଶୂନ୍ୟ ଅଞ୍ଜଳି ।(୧)


ସଦବୁଦ୍ଧି ସଦଜ୍ଞାନ ମୋର କାମ୍ୟ

ଲଭି ହେବି ସୁମଣିଷ

ଏହି ନିବେଦନ ଦୂରେଇ ଅଜ୍ଞାନ

ଢାଳି ଦିଅ ତବାଶିଷ

ମୋ ଜ୍ଞାନ-ପ୍ରଦୀପେ ଆଲୋକିତ ଧରା

ହେଉଥିବ ଭଳିଭଳି

ପୂରାଅ ଶୂନ୍ୟ ଅଞ୍ଜଳି । (୩)


Rate this content
Log in

Similar oriya poem from Inspirational