Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଅହିଂସା ଦୂତ

ଅହିଂସା ଦୂତ

1 min
112



ଅହିଂସା ପଥ ର ପଥିକ ଗାନ୍ଧିଜୀ

  ମହାତ୍ମା ଜାତି ର ପିତା

ତୁମ୍ଭ ଯୋଗୁଁ ସିନା ମୋ ଦେଶ ଭାରତ

  ପାଇଥଲା ସ୍ଵାଧୀନତା।


ଅହିଂସା ଅସ୍ତ୍ର କୁ କରି ଆପଣାର

  ଆଗକୁ ବାହାର ହେଲ

ଗୋରା ସରକାର ଶୋଷଣ ପୀଡନ

  ଆଉ ସହି ନ ପାରିଲ।


ଗୌତମ ବୁଦ୍ଧ ଙ୍କ ଅହିଂସା ର ବାଣୀ

 ଆଚରି ଜୀବନ ପଥେ

କରିଗଲ କର୍ମ ରଖିଗଲ ନାମ

  ଚଢ଼ି ସେ ଅହିଂସା ରଥେ।


ବାଲ୍ୟ ହେଉ ଅବା ହେଉ ବା କୈଶୋର

  ଶେଷ ଯାଏ ଜୀବନ ର

ଅହିଂସା ପଥ କୁ ଆଚରିଲ ସଦା

 ଏ ବ୍ରତ ଥିଲା ତୁମ୍ଭର।


ଜୀବ ଠାରେ ହିଂସା କରି ତ ନ ଥିଲ

  ସେଥିପାଇଁ ଗୋରା ଜାତି

ତୁମରି ଅହିଂସା ପାଖେ ପରାଜିତ

 ପାଇଲା ମନ ରେ ଭିତି।


ଅହିଂସାର ଦୂତ ସତ୍ୟ ର ପଥିକ

  ଅହିଂସା କୁ କଲ ବ୍ରତ

ସାରା ବିଶ୍ବ ଜନେ କଲ ବଶୀଭୂତ

  ନମାମି ଅହିଂସା ଦୂତ।


Rate this content
Log in

Similar oriya poem from Inspirational