Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharati Bhusan Das

Inspirational

3  

Bharati Bhusan Das

Inspirational

ଭରିଦେବା ହୃଦ ପ୍ରୀତି ଅର୍ଘ୍ୟରେ

ଭରିଦେବା ହୃଦ ପ୍ରୀତି ଅର୍ଘ୍ୟରେ

1 min
209


ଶୁଭଙ୍କର ନୁହେଁ ଗଣତନ୍ତ୍ର ପାଇଁ

ଚାଟୁକାର ହୋଇ ବଞ୍ଚିବା ପାଇଁ

ବିରୋଧା ଭାଷରେ ଜୀବନ ନୁହଁଇ

ଗଢିବାକୁ ହେବ ଜନମ ଭୂଇଁ ।

ଅଳସ ପଣିଆ ଶୋଭା ପାଏ ନାହିଁ

ଏଇ ପରା ଆମ ମାଟିର ଗର୍ବ

ଭୁଲି କିବା ଯାଅ ହେ ବୀର ସନ୍ତାନ

ତୁମେ ଅଟ ପରା ଜାତିର ଗର୍ବ ।

ତୋଷାମଦ ଭାବ ନାହିଁ ତ ଜୀବନେ

ବଞ୍ଚିବା ସଭିଏଁ ସିଂହ ଠାଣିରେ

ଆମ ମାତୃଭୂମି ମାତୃଭାଷା ହୃଦେ

ଖେଦ ନ ଭରିବା କୁହ ଗର୍ବରେ ।

ଲୋଭ ମୋହ ମାୟା ଫିଙ୍ଗିବା ସାଗରେ

ରହିଛି ସାଗର ଚାହିଁଛି ଦେଖ

ଆସ ବନ୍ଧୁ ଯିବା ସାଗର କୁଳକୁ

ହୁଅନାହିଁ କେହି ବାରେ ବିମୁଖ ।

ଲୋଡ଼ା ନାହିଁ ଧନ ଛଳ ପ୍ରକୃତିରେ

ନୁହେଁ ତ କପଟ ଭାବନା ହୃଦେ

ବଞ୍ଚିବାକୁ ହେବ ଟେକ ରଖି ବନ୍ଧୁ

ନଭରିବା ଦୁଃଖ କାହାରି ହୃଦେ ।

ଅଳପ ଦିନକୁ ଆସିଛେ ସଂସାରେ

ଗଳପ ଟିକିଏ କରିବା ପାଇଁ

ସ୍ୱଳପ ସମୟ ରହିଛି ହାତରେ

ଭରିଦେବା ହୃଦ ପ୍ରୀତି ଅର୍ଘ୍ୟରେ।



Rate this content
Log in

Similar oriya poem from Inspirational