ନାରୀ ଟିଏ ପରା ସିଏ
ନାରୀ ଟିଏ ପରା ସିଏ
ମୃତ୍ୟୁର ଶଯ୍ୟାରେ ଶୋଇ
ଯେ ନୂତନ ସୃଷ୍ଟି ରଚେ
ଯନ୍ତ୍ରଣା ର ଲୁହ ପାନ କରି
ସେ ଅମୃତର ଧାରା ସିଞ୍ଚେ
ନାରୀ ଟିଏ ପରା ସିଏ ।
ଅଗ୍ନି ର ତାପ ସହି ସୁବର୍ଣ୍ଣ
ଯେସନ ଝଲସି ଉଠି ଥାଏ
ଜୀବନ ଜଞ୍ଜାଳେ ଦହିତ ସେ
ଚମକ ତା ବଢ଼ି ଯାଏ
ନାରୀ ଟିଏ ପରା ସିଏ ।
ଧରିତ୍ରୀ ସମ ସହନଶୀଳା ଯେ
ହୃଦୟୁ ମମତାର ଝର ବହେ
ସମୟ ସାହିତ ଜନନୀ ଭଗିନୀ
ଜାୟା ରୂପେ ସାଥେ ଥାଏ
ନାରୀ ଟିଏ ପରା ସିଏ ।
ସାରା ବିଶ୍ୱ ଆଜି ଉତ୍ସର୍ଗୀ ଦେଇଛି
ତା ପାଇଁ ଦିନ ଟିଏ
ଅବଦାନ ତାର ଅତୁଳନୀୟ ସଦା
ଚୀର ବନ୍ଦନୀୟା ଅଟେ ଯିଏ
ନାରୀ ଟିଏ ପରା ସିଏ ।