Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Inspirational

3  

Kalpana Kumari Pradhan

Inspirational

ସଞ୍ଜ ସମୀରଣ

ସଞ୍ଜ ସମୀରଣ

1 min
9


ଫେରିଛି ବସନ୍ତ ଋତୁଚକ୍ରେ ଆଜି 

 ଧରାରେ ଗ୍ରୀଷ୍ମ ରାଜୁତି 

ଅସହ୍ୟ ଗରମ, ଗୁଳୁଗୁଳୀ ସଙ୍ଗେ 

 ଦିନୁଦିନ ବଢ଼ଇ ତାତି l

ଦିନ ଦ୍ୱିପ୍ରହରେ ତତଲା ଝାଞ୍ଜି 

  ଅଗ୍ନି ପିଣ୍ଡୁଳା ବରଷନ୍ତି 

ସଞ୍ଜ ନଇଁଲେ ଉତ୍ତପ୍ତ ପରାଣ 

  ଖୋଜେ ଟିକିଏ ଶାନ୍ତି l

ପ୍ରକୃତିର ଏକି ବିଚିତ୍ର ରୀତି 

 ତରୁ ଲତାଗଣ ସ୍ତବ୍ଧ 

ଯେହ୍ନେ ତପସ୍ୟା ରତ ଯୋଗୀ 

  ରୂପ କରିଛନ୍ତି ଲବ୍ଧ l

ଶାନ୍ତ ଶୀତଳ ପରସ କାହିଁ 

  ବହେନାହିଁ ସଞ୍ଜ ସମୀରଣ 

ନିଜେ ନିଜପାଇଁ ଏହି ଦୁର୍ଗତି 

   କରିଛି ସତେ ବରଣ l

ପ୍ରକୃତି କୁ କରି ପଦାଘାତ 

 ସଂକୀର୍ଣ୍ଣ ସ୍ଵାର୍ଥେ ରତ 

ଭୁଲି ଗଲୁ ଯାହା ଲାଗି 

  ଏହି ଚରାଚର ସ୍ଥିତ l

ତାହା କୋପାନଳେ ହୋଇ ଜର୍ଜରିତ 

   ଛାଡୁଅଛୁ ତୁହି ରଡି 

  ବେଳ ଥାଉ ନିଦ୍ରା ତେଜି 

   ପ୍ରକୃତିକୁ ଦିଅ ଗଢି l


 

    



Rate this content
Log in