Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sitansu Jena

Inspirational Others

3  

Sitansu Jena

Inspirational Others

ମାହିଂସାର ଦିଗ୍ ବିଜୟ

ମାହିଂସାର ଦିଗ୍ ବିଜୟ

1 min
202



ଦିନୁଦିନ ରକ୍ଷକୁଳ ଷଣ୍ଢ ମତେ

ହୋଇଲା ଉଦ୍ଧତ ପୁଣି

ଯେତେ ରାଜାଥିଲେ ଛାମୁରେ ମିଳିଲେ

ଆସି ତରେ ତତକ୍ଷଣି

ବୀରଘଣ୍ଟ କାଳଘଣ୍ଟ ଯେ ଚାମର

ବେମାଳ ପ୍ରଣହିଁ ଯେତେ

ଶୁନ୍ୟ ଉପଶୁନ୍ୟ ରକ୍ତବୀର୍ଜ୍ୟ ଆଉ

ବିଡାଳାକ୍ଷ ସମ କେତେ

ମହାମହା ବୀର ରାଜା ରାଜ ସୂତ

ଜେକରିଲେ ରଣେ ଗୋଳ

କୋଟିଏ ଅର୍ବୁତ ବଳ ସେନା ନେଇ

ମାହିଂସା ସୁରର ବଳ

ଯେମନ୍ତ ଦେଖିବ ରମ୍ଭାବନ ପ୍ରାୟ 

ଯାଇଛନ୍ତି ସବୁ ଶୋଇ

ମହାଭୟ ପାଇ ଅନେକ ରାଜନ

ସମୁଦ୍ରେ ଲୁଚିଲେ ଯାଇ

କେଦାର କର୍ଣାଡ ମାଳବ ଭୋପାଳ

ସୌରାଷ୍ଟ୍ରର ରାଜାମାନେ

ଶରଣ ପଶିଲେ ମାହିଂସା ନିକଟେ

ଦେଇ ରତ୍ନ ସସମ୍ମାନେ

ଯେତେଦୈତ୍ୟ ଥିଲେ ଭାଙ୍ଗିଲେ ଅଟାଳୀ

ମେଢ଼ ଜଗତିକୁ ସବୁ

କରି ନାରଖାର ଏକ ଠାବେ ଯୁର

ଧନ ରତ୍ନ କରି କାବୁ

ପାଟଣା ନଗର ସବୁ କରି ଜୟ

ହୋଇବାକୁ ଚକ୍ରବର୍ତ୍ତି 

ପୂରୁବ ପଶ୍ଚିମ ଉତ୍ତର ଦକ୍ଷିଣ

ଜୟ ପାଇଁ ମହାମତି

ମନରେ ଆହୁରି ପାଇଲା ଭାବନା

ମେରୁଗିରି ସହ ରଣ

ତାହାଲେ ଜିଣିବି ଚତୁର୍ଦ୍ଧଶ ମହି

ମନେରଖ ଦେବଗଣ

ମହିଦୂଲ୍କୁକାନ୍ତି ପ୍ରଚାଣ୍ଡା ଅସୁର

ଗିରିକୁ କରିବୁ ଧୂଳି

ଗଳଗାଜି ମେରୁ ସଙ୍ଗତରେ ରଣ

ପଡ଼ିଲା ରକତ ଗଳି 

ଯେତେକଲେ ଚେଷ୍ଟା ନୋହିଲେ ବିଜୟ 

ମେରୁଗିରି ସହ ରଣ

ସୂର୍ଯ୍ୟ ଅସ୍ତାଚଳ କରିଲେ ଗମନ

ଫେରିଲେ ଦାନବ ଗଣ

ମନେ ଅବସାଦ ନେଇ ଦୈତ୍ୟ ରାଜ

ଅପେକ୍ଷା ଆର ଦିନକୁ

ନିଶ୍ଚୟ ସାଧିବି ରଣରେ ମେରୁକୁ

ତାଡ଼ିବି ତାହାର ବୁକୁ ।


Rate this content
Log in

Similar oriya poem from Inspirational