STORYMIRROR

Sitansu Jena

Horror Fantasy

3  

Sitansu Jena

Horror Fantasy

ମାଛି ଅନ୍ଧାରୁଆ

ମାଛି ଅନ୍ଧାରୁଆ

1 min
3


ମାଛି ଅନ୍ଧାରୁଆ ବେଳ ଲେଉଟାଣି

ପକ୍ଷୀ ମାନେ ଗଲେ ଉଡି

ସତେକି କାହାର କଳା ପଣତରେ

ଦିବସକୁ ଝାଡ଼ି ଝୁଡି ।


ବହଳ କଜଳ କଳାପାତି ଧରି

ଆସେ ରାତ୍ରି ମାଡି ମାଡି

ଘନେଇ ଆସୁଛି ନିଶାଚର ଗର୍ଜି

ସ୍ୱାନ ସ୍ୱାପଦଙ୍କ ଶ୍ୱର ।


ବିକଟାଳ ରଡ଼ି କିଏ ଛାଡୁଅଛି

ଆସିଗଲା ରାତ୍ରୀ ଘୋର

ପିସାଚିନି କରେ କରୁଣ କ୍ରନ୍ଦନ

ଜଳୁଛି କାହାର ଜୁଇ


ଅଜଣା ପବନ ବରଷା ତୁହାଇ

ଶୃଗାଳ ଉଚେ ଭୁକଇ

ଛାୟାମୂର୍ତ୍ତୀ ଦେଖି ବିଜୁଳି ଆଲୋକେ

ଦେହ ଯାଉଥାଏ ଥରି

ଥିରି ଥିରି ପାଦ ପକାଇ ଆଗକୁ

ଦେହ ଲାଗେ ଭାରି ଭାରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror