Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Horror Action Inspirational

4  

Bharatabandhu Biswal

Horror Action Inspirational

ସାବଧାନ ସାଧୁ

ସାବଧାନ ସାଧୁ

1 min
295


ସାବଧାନ ସାଧୁ

ଗ୍ଲାନିଗ୍ରସ୍ତ ବିଶ୍ୱ ଆମ ଏ ଭାରତ

କାଳର କରାଳ ସନ୍ଧିକ୍ଷଣ ଉପନୀତ,

ଧର୍ମର ହୋଇବ ବିଜୟ ନିଶ୍ଚିତ

ବିନାଶ ହୋଇବେ ମ୍ଳେଚ୍ଛ ।


ସାବଧାନ ସାଧୁ

ଯୁଗେ ଯୁଗେ ହୁଏ ଧର୍ମ ସ°ସ୍ଥାପନ

ବାରହାତ ଖଣ୍ଡା ଧରି,

କଳ୍କୀ ଅବତାରେ ହେବେ ଅବତୀର୍ଣ୍ଣ

କାଳ ଧୂମକେତୁ ପରି ।


ସାବଧାନ ସାଧୁ

ନ ମାନିବେ କେହି ଗୁରୁ ଗୁରୁଜନ

ସର୍ବେ ବୋଲାଇବେ ରାଜା,

ଅସାଧୁ ଧରିବେ ଶାସନ ଡୋରୀକୁ

ଗୋଳେ ବୁଲୁଥିବ ଖଣ୍ଡା ।


ସାବଧାନ ସାଧୁ

ବୁଦ୍ଧି ଓ ବିବେକ ହୋଇଯିବ ନାଶ

ମଣିଷ ହେବ ରାକ୍ଷସ

କାଳ କ୍ଷେପଣାସ୍ତ୍ର ଯନ୍ତ୍ରର ଦାନବ 

ରଚିବ ମହା ବିଧ୍ୱ°ସ ।


ସାବଧାନ ସାଧୁ

ସରବେ ଚଢିବେ କାଳିଆ ଘୋଡାରେ

କଳକୀ ସର୍ବ ଶକ୍ତିମାନ

ଧ୍ୱଂସର ତାଣ୍ଡବ ରଚିବ ପ୍ରକୃତି

ପ୍ରଜ୍ଜ୍ୱଳିବ ଲେଲିହାନ ।


ସାବଧାନ ସାଧୁ

ନ କର ବିଳମ୍ବ ଆଚର ସ°ଯମ

ବିନାଶ କୁପଥ ପରିହର,

ସୃଜନ କରମେ ଢ଼ାଳ ମନପ୍ରାଣ

ହୁଅ ସବୁଜ ସୁନ୍ଦର ।

  


Rate this content
Log in

Similar oriya poem from Horror