STORYMIRROR

Sitansu Jena

Inspirational

4  

Sitansu Jena

Inspirational

ଅପରାଜିତା

ଅପରାଜିତା

1 min
23



କିଏ କହେ ତୋତେ ଉପଭୋଗ୍ୟ ବସ୍ତୁ

ତୁ କାମିନୀ ହାମିନି ରମ୍ୟା

କିଏ କହେ ତୋତେ ଅବଳା ଦୁର୍ବଳା

ମୈତ୍ରୀ ମମତ୍ୱ କ୍ଷମା

ଆଉ କିଏ କହେ ବର ବରନା ତୁ

ପାଉଁଶ ତଳର ନିଆଁ

ତୋ ହାତର ସେଇ ନିହାଣ ମୁଗୁରେ

ଗଢ଼ିଛୁ ତୁ ଏ ଦୁନିଆଁ

ପୁରୁଷ ପୁଂସକ ଗର୍ବ ଧ୍ୱଂସୀ ଥାଉ

ତୁ ପ୍ରାତଃ ସ୍ମରଣୀୟ ଧନ୍ୟା


 କିଏକହେ ତୋତେ ଉପଭୋଗ୍ୟବସ୍ତୁ

 ତୁ କାମିନୀ ହାମିନୀ ରମ୍ୟା......... ll


ଆଦିପରାଶକ୍ତି ଅପରାଜିତା ତୁ

ଅକ୍ଷୟ କିରତୀ ତୋର

ଜୈତ୍ରୀ ଉଡୁଛି ଫରଫର ହୋଇ

କାଳକୁ ତୁ ମୋହାଘୋର

କେବେ ଛଳଛଳ ଗଙ୍ଗା ଜମୁନା

ତ୍ରିବେଣୀ ର ସମାହାର

ଆଉ କେବେ ତୁହି ସନ୍ତାନ ବତ୍ସଳା

ଦେଇଅଛୁ ସ୍ତନ ଧାର 

ତ୍ରିଭୁବନେଶ୍ୱରୀ ଭୁବନ ଅନିନ୍ଦ୍ୟା

ଚିର ବନ୍ଦନୀୟା ନମ୍ୟା


 କିଏକହେ ତୋତେ ଉପଭୋଗ୍ୟବସ୍ତୁ

 ତୁ କାମିନୀ ହାମିନୀ ରମ୍ୟା....... ll


ବିଦ୍ୟା ବୁଦ୍ଧି ଜ୍ଞାନ ପ୍ରବକ୍ତା ଗୋ ତୁହି

ତୁହି ଗୋ ଅପରାଜିତା

ନୁହେଁ ତୁ କୁଳଟା କୂଳ ପାଇଁ ହିତା

ତୁ ପରା ଜଗତଜିତା

କେବେସେନେହଁର ଝରାଶେଫାଳୀ ତୁ

ଦାନା ପାଇଁ ଅନ୍ନପୂର୍ଣ୍ଣା

ବିଦ୍ୟା ପ

୍ରଦାୟୀ ମହାସରସ୍ବତୀ

ଛୁଟାଇଛୁ ପ୍ରିତି ବନ୍ୟା

ଭୀମ ଭୟଙ୍କରୀ ଦର୍ପ ସଂହାରୀ

ଅଟୁ ତୁହି ଅଗ୍ନୀ କନ୍ୟା


 କିଏକହେତୋତେ ଉପଭୋଗ୍ୟବସ୍ତୁ

 ତୁ କାମିନୀ ହାମିନୀ ରମ୍ୟା........ ll


କେବେ ସରସି ର ନୀଳ କଇଁ ତୁଲୋ

ଆରକ୍ତ ଲମ୍ବିତ ନେତ୍ର

କାମଧେନୁ ତୁହି ଅଭିଷ୍ଟ ପୂର୍ଣ୍ଣଦା

ଅତ୍ର ତତ୍ର ତୁ ସର୍ବତ୍ର

ବୀରଭୋଗ୍ୟା ବସୁନ୍ଧରା ସମାନ ତୁ

ସହନ ଶକତି ନେଇ

ପିଇଛୁ ଲୋତକ ନିଜ ଓଠରେ ଗୋ

ଅନାହାରେ ଯାଉ ଶୋଇ

ତୋ ପରି କେ ହେବ ଏହି ଜଗତରେ

ତୁ ପରା ଅଟୁ ଅନନ୍ୟା


 କିଏକହେତୋତେ ଉପଭୋଗ୍ୟବସ୍ତୁ

 ତୁ କାମିନୀ ହାମିନୀ ରମ୍ୟା........ ll


ଆବଦ୍ଧ କାନ୍ଥର ଅବହେଳା ଦ୍ୱାର

ନୁହେଁ ତୁହି କ୍ରୀଡ଼ନକ

ଓଢଣା ଫାଙ୍କର ବେଦୀପ୍ୟ ଶିଖା ତୁ

ତୁହି ରଣ ହୁଙ୍କାରକ

ସୃଷ୍ଟି ସ୍ଥିତି ଆଉ ପ୍ରଳୟ ଅଗ୍ନୀ ତୁ

ତୁହି ସର୍ବ ସିଦ୍ଧି ମୋକ୍ଷ

ତୋହରି ନିର୍ଦ୍ଧେସେ ଆତଯାତ ଏଠି

ଅନ୍ତଃ କାଳେ ସର୍ବ ଭକ୍ଷ

ସୁଷମା ସମ୍ଭାରେ ବୈଚିତ୍ର୍ୟମୟୀ ମା

ତ୍ରୈଲୋକ୍ୟ ତୁ ପ୍ରଣମ୍ୟା


କିଏ କହେ ତୋତେ ଉପଭୋଗ୍ୟ ବସ୍ତୁ

ତୁ କାମିନୀ ହାମିନୀ ରମ୍ୟା....... ll


Rate this content
Log in

Similar oriya poem from Inspirational