STORYMIRROR

Sitansu Jena

Fantasy Inspirational

4  

Sitansu Jena

Fantasy Inspirational

ଶୀତ ଏମିତିକା ମିତ

ଶୀତ ଏମିତିକା ମିତ

1 min
6


ଶୀତ ଏମିତିକା ଋତୁ କନ୍ୟା ଟିଏ

ଆସିଛି ମରତ ପୁରେ

ଦେହରେ ମନରେ କରିଛି କିମିଆଁ

ସହଳେ ତା ଦିନ ସରେ

ସୁକୁମାରୀ ସିଏ କୋମଳ ଅଙ୍ଗରେ

ସତ ଉନ୍ମାଦନା ଭରେ

ଶୀତ ଏମିତିକା ଋତୁ କନ୍ୟା ଟିଏ

ଆସିଛି ମରତ ପୁରେ......।


କେବେ ସେ ରଙ୍ଗର ଚାଦର ଭିତରେ

କେବେ ଝରକା ଫାଙ୍କରେ

କେବେ ଅଲିଅଳି ମୋ କୋଳରେ ଶୋଇ

ରାଗୁଥାଏ ତୁଚ୍ଛା ଟାରେ

ଫୁଲର ଶେଯରେ ଘାସ ଗାଲିଚାରେ

ସ୍ବପ୍ନର ପିଆଲା ଧରେ

ଶୀତ ଏମିତିକା ଋତୁ କନ୍ୟା ଟିଏ

ଆସିଛି ମରତ ପୁରେ...........।


ଚୁପି ଚୁପି ଚାଲି ଅଧର ତା ନାଲି

ନୀଳ ନୀଳ ଆଖି ତାର

ସତେକି ସମୁଦ୍ର ତରଙ୍ଗ ଉଛୁଳା

ପବନରେ ମାରେ ସର

ବସିଛି ତା ସାଥେ ଏଇସନ ମିତ

ଗୋଲାପ ଦେଇ ଗଭାରେ

ଶୀତ ଏମିତିକା ଋତୁ କନ୍ୟା ଟିଏ

ଆସିଛି ମରତ ପୁରେ....................।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy