Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sitansu Jena

Romance Fantasy

4  

Sitansu Jena

Romance Fantasy

ଫଗୁଣ ଗୋ ତୁମେ ବୟସୀ ଲାଗନା

ଫଗୁଣ ଗୋ ତୁମେ ବୟସୀ ଲାଗନା

1 min
6



ଫଗୁଣ ଗୋ ତୁମେ ବୟସୀ ଲାଗନା

ଯେବେଠୁ ହୋଇଛ ଦେଖା

ଅସୁମାରୀ ତୁମ ଲାବଣ୍ୟ ଭାରରେ

ପ୍ରେମର ପତର ଲେଖା ।


ଲହଡି ଭାଙ୍ଗୁଛି ରୂପରେ ତୁମର

ଅନେକ ଫୁଲର ମାଳା

ଦେହରେ ତୁମର ମାଖି ହୋଇଅଛି 

ପୀରତିର ରଙ୍ଗ ବୋଳା ।


ଆଙ୍କି ଦେଇଅଛ ହୃଦୟେ ମୋହର

ଅଲିଭା ଅକ୍ଷର ରେଖା ।


ଋତୁରେ ଋତୁରେ ୠତୁମତୀ ତୁମେ

ବସନ୍ତ ର ବୟନିକା

କୋକିକ କଣ୍ଠର ପଞ୍ଚମ ତାନ ମୋ

ତୁମେ ହୃଦ ତୀର୍ଥ ଟୀକା

ପାଗଳ ଭଅଁର ତୁମକୁ ପାଇଛି

ଅପେକ୍ଷା ରେ ଏକା ଏକା ।


ଫଗୁଣ ଗୋ ତୁମେ ବୟସୀ ଲାଗନା

ଯେବେଠୁ ହୋଇଛ ଦେଖା ।


Rate this content
Log in

Similar oriya poem from Romance