ଗୁରୁ
ଗୁରୁ
ଶିଖାଇଲ ମୋତେ କଲମ ଧରିବା
ଦେଖାଇଲ ବିଦ୍ୟା ପଥ
ଶୁଣାଇଲେ ନାନା ପ୍ରେରଣାର ବାଣୀ
ମହତ ବାଣୀର ତଥ୍ୟ !!
ଅନ୍ଧ ପରି ଥିଲି ଖୋଲି ଦେଲ ଆଖି
ସଂସାର ଚାଲିବା ପାଇଁ
କେମିତି ଶୁଝିବି ଗୁରୁ ଉପକାର
ପାରିବକି କେହି କହି !!
ମୋ ପାଇଁ ଗୁରୁ ବ୍ରହ୍ମା ଆଉ ବିଷ୍ଣୁ
ମୋ ପାଇଁ ସେ ମହେଶ୍ୱର
ଗୁରୁ ମୋର ପିତା ଗୁରୁ ମୋର ମାତା
ତାଙ୍କ ପାଦେ ମୋର ଶତ ଜୁହାର!!