Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Inspirational

3  

Bijoy Jena

Inspirational

ସମର୍ପଣ

ସମର୍ପଣ

1 min
139



ବିଶ୍ଵ ଭୂଖଣ୍ଡର କୋଣେ ଅନୁକୋଣେ

  ସଦା ବହେ ପ୍ରଭଞ୍ଜନ

ସେହି ଅନୁରୂପ ଐଶ୍ୱରିକ ସତ୍ତା

 ସର୍ବତ୍ର ଯେ ବିଦ୍ୟମାନ।


ସେ ସତ୍ତା ନିକଟେ ସମର୍ପଣ କଲେ

  ଧନ୍ୟ ହୁଅଇ ଜୀବନ

ସେଥି ପାଇଁ ଲୋଡା ନିରନ୍ତର ଚେଷ୍ଟା

 ତାଙ୍କ ନାମ ଗୁଣ ଗାନ।


ଇଶ୍ଵରଙ୍କ କୃପା ଲଭିବା ନିମନ୍ତେ

 ଲୋଡା ନାହିଁ ଉପଚାର

ହୃଦୟରେ ନିତ୍ୟ ସ୍ମରଣ କରିଲେ

 କୃପା କରନ୍ତି ସତ୍ତ୍ଵର।


ସତ୍ କରମର ସତ୍ ଚିନ୍ତନର

 ପାଖେ ସିଏ ସର୍ବମୟ

ହୃଦୟ କନ୍ଦରେ ବିରାଜି ଅଛନ୍ତି

 ଜଗନ୍ନାଥ ଲୀଳାମୟ।


ତାଙ୍କ ଇସରାରେ ଚଳେ ଏ ଦୁନିଆ

  ବିନାଶ ବି ତାଙ୍କ ସୃଷ୍ଟି

ସମର୍ପଣ ନେଇ ଉପାସନ କଲେ

  କରିଥାନ୍ତି କୃପା ବୃଷ୍ଟି।



Rate this content
Log in

Similar oriya poem from Inspirational