Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

କଳାକୃଷ୍ଣ କମଳ ଆଖି

କଳାକୃଷ୍ଣ କମଳ ଆଖି

1 min
8


   

   କଳା କୃଷ୍ଣ କମଳ ଆଖି,

 କନକ ବରଣି କମଳା ବରିଲ,

 ବାରିଜ ବାସିନୀ ବାରିଜ ଆଖି ll

କଳ୍ପବଟ ମୂଳେ ଦେଉଳ ତୋଳିଲ 

  ଭୂଷୁଣ୍ଡା ଭୂଷଣ୍ଡ ରହିଛି ସାକ୍ଷୀ l

ବନ୍ଦିି ଘରେ ଜନ୍ମି ଗୋପରେ ବଢ଼ିଲ 

ତାଟକାହୋଇଲେ ମାଆ ଦେବକୀ l

   କଳା କୃଷ୍ଣ କମଳ ଆଖି ll

ମାଟି ଖାଇ ପାଟି ମେଲି ଦେଖାଇଲ 

  ଚୋଉଦ ବ୍ରହ୍ମାଣ୍ଡ ତୁମ୍ଭ ଆଇକି l

 ଭାରତ ଯୁଦ୍ଧରେ ଭରତିଆ ପକ୍ଷୀ 

  ରଖିଥିଲ ତୁମ୍ଭେ ଘଣ୍ଟ ଘୋଡ଼ିକି l

    କଳା କୃଷ୍ଣ କମଳ ଆଖି ll

ଦୂତ ପଣେ ପ୍ରଭୋ ହସ୍ତିନାକୁ ଗଲ 

  ବିଦୁରଙ୍କ ଘରେ ପଖାଳ ଚାଖି l

ଦଣ୍ଡକ ଅରଣ୍ୟେ ବାସ କଲ ତୁମ୍ଭେ  

ଶବରୀ ଖୋଇଲା କୋଳି ଚାଖିକି l

   କଳା କୃଷ୍ଣ କମଳ ଆଖି ll

ଆର୍ତ୍ତେ ଡାକେ ପୁଣି ଦ୍ରୁପଦ ନନ୍ଦିନୀ 

କୋଟିବସ୍ତ୍ର ଦେଲ ପଶାଖେଳେ କି l

 ଚତୁର ଚତୁରେ ଗଲ ମଧୁ ପୂରେ 

 ମଞ୍ଚୁ ପଡ଼ି ମଲା ମାମୁଁ କଂସ କି l

   କଳା କୃଷ୍ଣ କମଳ ଆଖି ll

ଆହେ ଜଗନ୍ନାଥ କାଳିଆ ସାଆନ୍ତ 

 ତୋ ପରି ସାମନ୍ତ କିଏ ଅଛି କି l

ତୁମ୍ଭେ ଥାଉଁ ଥାଉଁ ଆହେ ମହାବାହୁ 

  ଆନ ଆଶ୍ରେ ଯିବି କାହିଁପାଇଁକି l

   କଳା କୃଷ୍ଣ କମଳ ଆଖି ll

        


Rate this content
Log in

Similar oriya poem from Inspirational