Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Parida

Inspirational

3  

Lopamudra Parida

Inspirational

ଈଶ୍ୱରୀ

ଈଶ୍ୱରୀ

1 min
149



ତୁ ହିଁ ତ ପ୍ରଥମେ " ବୋଉ" ବୋଲି ଡାକିଲୁ

ତୋର ସେଇ ଡାକରୁ ହି ମୁଁ " ବୋଉ" ହେଲି

ନହେଲେ ଆଗରୁ ଅଧାଗଢା ଥିଲି ।।


ତୁ ଆସିଲୁ ବୋଲି ରଜ ପର୍ବରେ ଦୋଳି

କୁମାର ଉତ୍ସବରେ ଆଞ୍ଜୁଳି 

ଆକାଶ ଛୁଇଁଲା ।।


ତୋରି ପାଇଁ ଭଳିକି ଭଳି ସାଜସଜ୍ଜା ଖଞ୍ଜୁ ଖଞ୍ଜୁ

ମୁଁ ଜୀଉଁଥାଏ ମୋ ପିଲାଦିନ 

ପ୍ରତି ଦିନ ।।


ତୋ ପାଦରେ ଆସିଥିବା ଭାଇ ହାତର ରାକ୍ଷୀ

ତୋରି ପାଇଁ ହସେ 

ଦକ୍ଷ ହୁଏ, ସମ୍ପନ୍ନ ହୁଏ।।


ତୁ ଯେବେ ତାର ମାଆ ପରି ତାକୁ ଘଣ୍ଟ ଘୋଢଉ

ଯେବେ ତୁ ତୋ ବାବାଙ୍କ ଭଲମନ୍ଦ ତୋ କୁନି ହାତରେ ବୁଝୁ

ଆଉ ମୋ ଫାଟି ଯାଉଥିବା ଅଣ୍ଟାରେ

ଘସିଦେଉ ମଲମ

ମୁଁ ନିଶ୍ଚିତ ହୁଏ

ଯେ ଆଉ ଗୋଟେ ଘରର ଭବିଷ୍ୟ ପାରିଲା ହାତରେ।।


ମୁଁ ତୋତେ ନୁହେଁ ଲୋ

ତୁ ମତେ ଜନ୍ମ ଦେଇଛୁ, 

ନୂଆ କରି ପ୍ରତି ମୁହୂର୍ତ୍ତକୁ ବୁଝିବା

ଜାଣିବା ଆଉ ଠିଆହବା

ଶିଖେଇଛୁ ।।


ତୋ ଓଠର ହସ

ତୋ ଆଖିର ଚମକରେ ମୁଁ ଘଡିଏ ଜିଏଁ

ତୋ ଟଳମଳ ଲୁହ 

ମଝିଦରିଆକୁ ପେଲିଦିଏ।।


ହସୁଥା ମାଆ

ଆଶିଷ ହେଇ ହସୁଥା

ଆଲୋକ ହେଇ ହସୁଥା

ଭରସା, ଆକାଶ,ନୀଳିମା,ଗୋଲାପି, ସମୃଦ୍ଧି ହେଇ

ରଙ୍ଗେଇଦେ ତମାମ ଜୀବନ ସବୁକୁ

ଯିଏ ଯିଏ ତୋ ପାଖ ଦେଇ ଯିବେ

ଲୋ ମୋର କୁନି ଈଶ୍ୱରୀ ।।



Rate this content
Log in

Similar oriya poem from Inspirational