Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Parida

Others

3  

Lopamudra Parida

Others

ଚା 'କପ୍ ର କବିତା

ଚା 'କପ୍ ର କବିତା

1 min
181


ମୁଁ ଚାଲିଯିବା ପରେ ପରେ.....

ମେଞ୍ଚେ ସ୍ମୃତି ସହ ପୁଣି ଫେରୁଥିବି

କେବେ

ଫର୍ଦ୍ଦ ଫର୍ଦ୍ଦ ତ

କେବେ ଶୁଖିଲା ଅନାବନା ଫୁଲ ଗୁଣ୍ଡ ବାସ୍ନାରେ

ତୁମ ଡାଏରୀ ତଳୁ।।

ଝଡିଦେବ କି ତୁମେ

ସେଇ ଅପସୋରା ଚୂର୍ଣ୍ଣ ସବୁ

ପାରିବ କି ଉଡେଇ ଦେଇ

କିଛି ଗୋଲାପି ତ ଅନେକ କିଛି

ଏକାଠି ବିଞ୍ଚିଥିବାର

ମୁହୂର୍ତ୍ତ ମାନଙ୍କୁ ।।

ମୁଁ ଫେରି ଯିବା ପରେ ପରେ

ଆଣିପାରିବ କି ଫେରେଇ

ମୋର ସେ ପିଲା ଦିନ

ସେ ଘଣ୍ଟା ଘଣ୍ଟା

ଭାବୁକ ମନ .....

ନଈ କୂଳେ

ସେ ନରଙ୍ଗୀ କିରଣ ସ୍ନାତ ଆକାଶ

ଚିତ୍ର ଖାତାରେ ଅଙ୍କା ସୂର୍ଯ୍ୟ ଆଉ ଚାନ୍ଦର

ଜ୍ୟୋସ୍ନା

.....

ଓ ଦୂର ସେ ପାହାଡ଼ ସେପାଖୁ

ତୁମକୁ ନେଇ ଭିଜା ସ୍ବପ୍ନ ବଉଦ ହଳେ।।

ତ୍ରିକୋଣି ପାହାଡ ତଳେ

ତାଳ ଦେଇ ମାଟି ଭିଯାଜଉଥିବା ସେ ଝରଣା ଚିତ୍ର ମନେ ଅଛି !

ଯିଏ ଦରକାର ଠୁ ବେଶି ଅଙ୍କା ବଙ୍କା

ଠିକ୍ ତା ଠୁ ଆହୁରି ମୋଡାଣି ଭରା

ଜୀବନ

ଆଙ୍କି ଥାଅ

ଗୁମ୍ଫି ମନ୍ଦାର, ନୀଳ ତମାଳ ଆଉ

ମୁକ୍ତାଝରା ମଲ୍ଲି କଢ଼ିରୁ

ପେନ୍ଥେ ପେନ୍ଥେ

ଘଡିଏ ତ

ହସୁ ଛାଇ ଆଲୁଅର

ଲୁଚକାଳି ଖେଳୁଥିବା

ପଥର ସମୟ

ଆମକୁ କଳ୍ପନାରେ ନେଇ !


Rate this content
Log in