ଉପତ୍ୟକାର ଝଡ
ଉପତ୍ୟକାର ଝଡ
ଝଡ ପରର ଦୃଶ୍ୟ ଦେଖିବାକୁ
ମୁକ ସାକ୍ଷୀ ହେଇ ଠିଆ ହୁଏ
ଚିରା ସଞ୍ଜ
ଛିଣ୍ଡା ସକାଳ
ଆଉ ଭୋକ ତାଟିଆରୁ ଦିଟା
କଂସା ଘାମେଲାରେ ମେଲା ପଡିଥାଏ ଘାଆ
ଠାଏ ଠାଏ
ଆଞ୍ଚୁଡା ଦାଗ ନେଇ
ମୁହଁ ମାଡିଥିବା ମାଟି
ଆଉ ଜୀବନ ଖୋଜୁଥିବା ଅଜସ୍ର ଚେର।।
ଝଡ ଆସେ
ଝଡ ଯାଏ .....
ଅୟୁତେ ଆବେଗକୁ
ଉଡେଇ ନିଅନାରେ ଝଡ,
କିଛି ତ ବଳିଥାଉ
ବୋଉର ମେଘରଙ୍ଗି ପଣତ ସାରା ଫୁଟିଥିବା ତାରା ଫୁଲ ପରି,
କିଛି ତ ମହକୁ
ନ ହେଲେ
ରେ ଝଡ ! ତୁ ଯାଇ ପୁଣି ଯେ ନ ଫେରିବୁ
ସେ କଥା କହିବ କିଏ !
ଫି ଥର ଆସିଲେ
କିଛି ତ ନବୁ!
ଯା '
ଯେତେଥର ଇଚ୍ଛା ଭାଙ୍ଗେ ତୋର ମୁହାଣ,
ମନରେ ମନେରଖ କିନ୍ତୁ,
ବୋହିଆଣିବୁ ଯେମିତି ସୁଗନ୍ଧ
ସହସ୍ର ଦଳ ସ୍ବର୍ଣ୍ଣ କମଳର
ହୀମଗିରି ପ୍ରାନ୍ତ ସେପାରିରୁ
ନ ଭୁଲୁ ଯେମିତି ।
ଯା....
ଏବେ ପାଦ ବଢା ।