STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ଉପତ୍ୟକାର ଝଡ

ଉପତ୍ୟକାର ଝଡ

1 min
91

ଝଡ ପରର ଦୃଶ୍ୟ ଦେଖିବାକୁ

ମୁକ ସାକ୍ଷୀ ହେଇ ଠିଆ ହୁଏ

ଚିରା ସଞ୍ଜ

ଛିଣ୍ଡା ସକାଳ

ଆଉ ଭୋକ ତାଟିଆରୁ ଦିଟା

କଂସା ଘାମେଲାରେ ମେଲା ପଡିଥାଏ ଘାଆ

ଠାଏ ଠାଏ

ଆଞ୍ଚୁଡା ଦାଗ ନେଇ

ମୁହଁ ମାଡିଥିବା ମାଟି

ଆଉ ଜୀବନ ଖୋଜୁଥିବା ଅଜସ୍ର ଚେର।।


ଝଡ ଆସେ

ଝଡ ଯାଏ .....


ଅୟୁତେ ଆବେଗକୁ

ଉଡେଇ ନିଅନାରେ ଝଡ,

କିଛି ତ ବଳିଥାଉ

ବୋଉର ମେଘରଙ୍ଗି ପଣତ ସାରା ଫୁଟିଥିବା ତାରା ଫୁଲ ପରି,

କିଛି ତ ମହକୁ


ନ ହେଲେ

ରେ ଝଡ ! ତୁ ଯାଇ ପୁଣି ଯେ ନ ଫେରିବୁ

ସେ କଥା କହିବ କିଏ ! 

ଫି ଥର ଆସିଲେ

କିଛି ତ ନବୁ! 


ଯା '

ଯେତେଥର ଇଚ୍ଛା ଭାଙ୍ଗେ ତୋର ମୁହାଣ,

ମନରେ ମନେରଖ କିନ୍ତୁ,

 ବୋହିଆଣିବୁ ଯେମିତି ସୁଗନ୍ଧ

ସହସ୍ର ଦଳ ସ୍ବର୍ଣ୍ଣ କମଳର

ହୀମଗିରି ପ୍ରାନ୍ତ ସେପାରିରୁ 

 ନ ଭୁଲୁ ଯେମିତି ।


ଯା....

ଏବେ ପାଦ ବଢା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action