ନୀରବ
ନୀରବ
ବେଳେ ବେଳେର ଘଟଣା ପ୍ରବାହ
କି କ୍ରମଟେ,
କଣ ସକ୍ଷମ ବଦଳେଇଦବାକୁ ନଦୀପଥ?
ଯଦି ହଁ!
ତେବେ କେବେ ବଦଳିବ ପୃଥିବୀ?
ପ୍ରଶ୍ନ ପୋପଡା ପିଙ୍ଗା
ଲୁଚିକି ମୂଳ ଓପଡା କାମ ଛଡ଼ା
ଆମକୁ ଆସେ
ଆଖିର କୋଣରେ ସରୁ କନା ମାରିଦେଇ
ଲୋତକ ଢଳ ଢଳ ଆଖି ଉହାଡେ
ନାକରେ ଲୁଗା ଗେଞ୍ଜି ହସିବା
ଖାଲି କଣ ଏତିକି!
ଅନ୍ଧ,ଜାଡ,ବଧିର ଅଭିନୟ ପରେ
ହେଇ....
ପାଦ ନଥିବାର ବାହାନା
ଚାଲିବି,କହିବି, ମୁଣ୍ଡ ଟୁଙ୍ଗାରିବି କେମିତି
ଆଲୋକ ପଥେ ଯେ
ମୋର ତ ବଳାଗଣ୍ଠି କି ବେକ ବି ନାହିଁ।
ବୋକଚା ଗଦା ମେଳରେ
ଗଦାଏ ମାଂସ
ପିଣ୍ଡୁଳାଏ ଲଜ୍ଜା ବିହିନ ମନ୍ତବ୍ୟକୁ
ଗଣ୍ଠିଧନ କରି ଖାଲି ଏତିକି
କହୁଛେ ତ
" ଛିଃ ଲୋ ଛିଃ .... ଅଲଜ୍ୟା ଦୁନିଆ"
କାହାକୁ ନେଇ ଏ " ଦୁନିଆ " ବୋଲି ଚିଜଟି କେଜାଣି ?
ଈଶ୍ୱରଙ୍କୁ ଲାଜ !
ଲାଗିବନି (!) କହୁନ!
ସିଏ ଯାହାକୁ ଦିତି ଈଶ୍ଵର,
ସର୍ବ ଶେଷ୍ଠ ସୃଷ୍ଟି
ତାଙ୍କର ଅବିକଳ ପ୍ରତିବିମ୍ବ କରି
ନିଜ ଆଗରୁ ଆରିଶି ଉଠେଇ ନେଇଥିଲେ......
ସେଇଠି ତାଙ୍କ ପାଦ ତଳିପା ଯାକ
ଧାର ଧାର ଲାଲି
ରକ୍ତ କି ରଙ୍ଗ
କାଚ ଚୁନା ବୋଳା କ୍ଷତ ।।
ଏ ପ୍ରଶ୍ନ ତାଙ୍କୁ ପଚାରିବ କିଏ
ସିଏ ତ ନିଜେ ବାଛିଥିଲେ
ହୃଦୟ ସବୁକୁ ତାଙ୍କ ଅସ୍ତିତ୍ବ ର ସ୍ଥିତି ବୋଲି
ଏବେ ଗାଡରେ ପଡ଼ି ହାତ ଟେକୁଛନ୍ତି ଯେ
" କିଏ ଗୋଟେ ହାତ ବଢ଼ାଅରେ, ଭିଡ ଉପରକୁ... ଉଠାଅରେ ..... ମୁଁ ଈଶ୍ୱର ଡାକୁଛି " ବୋଲି ଯେ !
କିଏ କୋଉଠି ଅଛି ! ଯେ ଶୁଣନ୍ତା?