STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ଦେବୀ ୨- ପ୍ରହରୀ

ଦେବୀ ୨- ପ୍ରହରୀ

1 min
118


ଦେବୀପକ୍ଷର ପ୍ରତି ସଞ୍ଜରେ ...ତୁମ ଉତ୍ତରଣ

ଧରା ଦିଶେ ଲେଲିହାନ

ତୁମ ଶକ୍ତିର ଆଭାରେ ଉଦ୍ଭାସିତ ହୁଏ

ମଣ୍ଡଳ ମଣ୍ଡଳ

ଶଙ୍ଖ ଧ୍ବନିର ସକାଳ ।।

ବର୍ଷ ସାରା କାହିଁ ଥାଅ ?


ଦେଉଳେ ରକ୍ତମୁଖା .....

ହୋଇ ଏଇ ଆଶ୍ବିନେ ଦେଖାଦିଅ ଯେ !

ଜାଣ ?

ରକ୍ତବୀର୍ଯ୍ୟମାନେ

ସବୁ ଦେହେ ଦେହେ ....ମନେ ମନେ

ପ୍ରତ୍ୟୟମାନ

କିନ୍ତୁ , ବର୍ଷ ତମାମ ।।

ଲୁଚି ଲୁଚି ନୁହେଁ ମ !

ସର୍ବ ପ୍ରତ୍ୟକ୍ଷ ବିଚରିତ ।।

ନାରୀତନୁଟିଏ ହି କାହିଁକି ଲୋଡା ତୁମ ଅବତୀର୍ଣ୍ଣ ହେବା ନେଇ ?

ତୁମ ତ ଦିବ୍ୟ ଚେତନା।।

 ...ହେ ଈଶ୍ୱରୀ

ଅର୍ଦ୍ଧନାରୀଶ୍ୱରୀ ... 

ମାଆ ତୁମେ ...

ଅସ୍ତିତ୍ଵ କାଇଁ ଯେ ତୁମ ବିନା !

ତେବେ କୁଣ୍ଡଳୀ ମାରି ଶୋଇଯାଅ କାହିଁ ?

ଜୀବର ଆର୍ତ୍ତନାଦ ବେଳାରେ ?

କେତେ ଯେ ମହିଷା ଚଣ୍ଡ_ମୁଣ୍ଡ, ଶୁମ୍ଭ_ନିଶୁମ୍ଭ 

ଚାଲବୁଲ ସାନନ୍ଦେ

ନରନାରୀ ରୂପରେ ।।

ହେ ଶକ୍ତି ! ଏ ନିସ୍ପୃହତା କେତେ କାଳ ଭୋଗ ଆଉ ?

ମଣ୍ଡପେ ସାଜିବାକୁ କଣ "ଦଶହରା" ?

ଆସ ....ଚାମୁଣ୍ଡା ସାଜ

ଧର ତୁମ ଖଡ୍ଗ ଖର୍ପର ... 

ବିଜେ କର ସବୁ ନିରୀହ ଦେହରେ ....

ତୁମେ ପରା ପ୍ରହରୀ

ଦଶ ଦୋଷ କ୍ଷମା ନୁହେଁ ମାଆ

ସହସ୍ର ଦୋଷ ନାଶ ହେଉ

ଦର୍ଶନେ ତବ ମହାମାୟା ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action