Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଜୟ ଏକଦନ୍ତ ବିନାୟକ ମହାକାୟ

ଜୟ ଏକଦନ୍ତ ବିନାୟକ ମହାକାୟ

1 min
137



ନମଃ ପ୍ରଭୁ ଗଜାନନ ପାର୍ବତୀ ନନ୍ଦନ

ଅଗ୍ର ପୂଜ୍ୟ ବିଘ୍ନରାଜ ଇନ୍ଦୁର ବାହନ ll


ଭାଦ୍ରବ ଶୁକ୍ଳ ଚତୁର୍ଥୀ ତାଙ୍କ ଦିବ୍ୟପୂଜା

ସର୍ବ ବିଘ୍ନ ହର ପ୍ରଭୂ ସର୍ଵ ବିଘ୍ନ ରାଜା ll


ପିତା ତାଙ୍କ ସଦାଶିବ ପ୍ରଭୁ ଆଶୁତୋଷ

ନମସ୍କାରମାତ୍ରେ ବାବା ଲଭନ୍ତି ସନ୍ତୋଷ ll


ମାତା ପର୍ବତ ନନ୍ଦିନୀ ପାର୍ବତୀ,ଅମ୍ବିକା

ଜଗଦମ୍ବା ମାହେଶ୍ୱରୀ ଜଗତ ପାଳିକା ll


ପତ୍ନୀ ତାଙ୍କ ରିଦ୍ଧି ସିଦ୍ଧି ପ୍ରଭୁ ସିଦ୍ଧିଦାତା

ସନ୍ତୋଷୀମାତା ଅଟନ୍ତି ପ୍ରଭୁଙ୍କ ଦୁହିତା ll


ସୂର୍ଯ୍ୟକୋଟି ସମପ୍ରଭ ପ୍ରଭୁ ମହାକାୟ

ସର୍ବ ଶୁଭ କର୍ମେ ପୂଜ୍ୟ ହୁଅନ୍ତି ସହାୟ ll


ଜଗତକଲ୍ୟାଣ ଅର୍ଥେ ଦେବ ଲମ୍ବୋଦର

ସର୍ବ ଶାସ୍ତ୍ରର ହୋଇଲେ ପ୍ରଭୁ ଲିପିକାର ll


ବିଦ୍ୟାଦାତା ଜ୍ଞାନଦାତା ବିଦ୍ୟା ଅଧିପତି

କାର୍ତ୍ତିକ ଅଟନ୍ତି ଭାଇ ଦେବ ସେନାପତି ll


ଦୀର୍ଘ କର୍ଣ୍ଣ କ୍ଷୁଦ୍ର ଚକ୍ଷୁ ସୁନ୍ଦର କପୋଳ

ଦନ୍ତାଘାତେ ବିଦାରିତ ତାଙ୍କ ଗଣ୍ଡସ୍ଥଳ ll


ମୋଦକ ପ୍ରିୟଙ୍କ ଲାଗି ଲଡ଼ୁ ରଖିଥାଅ

ଜୟ ଏକ ଦନ୍ତେ ବିନାୟକ ମହାକାୟ ll


ଜୟ ଜୟ ବିଦ୍ୟାପତି ଜୟ ବକ୍ରତୁଣ୍ଡେ

ବିଦ୍ୟାଦାତା ଜ୍ଞାନ ବୁଦ୍ଧି ଭରିଦିଅ ମୁଣ୍ଡେ l


ନମାମି ନମାମି ପ୍ରଭୁ ହେ ବିଦ୍ୟାବାଗୀଶ

ଚରଣେ ଶରଣ ବାଞ୍ଛେ ଅକୀଞ୍ଚନ ଦାସ ll

    


Rate this content
Log in

Similar oriya poem from Inspirational