ଶ୍ରୀ ରାଧା
ଶ୍ରୀ ରାଧା
ଶ୍ରୀ ରାଧା ତୁମ ପାଦେ ମୋର ବନ୍ଦନା
ଦୟା କର ରାଧା ରାଣୀ କରେ ପ୍ରାର୍ଥନା
ବୃନ୍ଦାବନ ଧାମେ କୃଷ୍ଣ ପ୍ରିୟା ହେଲ
ବୃଷଭାନୁ ଝିଅ ତୁମେ ହୋଇ ଥିଲ
ଅଯୋନି ସମ୍ଭୁତା ତୁମେ ରାଧା ରାଣୀ
ନୀଳାମ୍ବରି ତୁମେ ସତୀ ସିରୋମଣୀ
ତୁମରି ନାମରେ କରୁ ଅଛି ଅର୍ଚ୍ଚନା
ଶ୍ରୀ ରାଧା ତୁମ ପାଦେ....
ରାଧା ନାମ ନୀତି ଭକତ ଗାଏ
ତୁମରି ନାମରେ ବାଧା ଦୂର ହୁଏ
ଚନ୍ଦ୍ରସେଣାର ତୁମେ ହୋଇଲ ଘରଣୀ
ଆହ୍ଲାଦିନି ଶକ୍ତି ତୁମେ ପ୍ରେମ ସ୍ଵରୁପିଣୀ
ତୁମରି ଧାମକୁ ନିଅ କରେ କାମନା
ଶ୍ରୀ ରାଧା ତୁମ ପାଦେ....