ଚକା ନୟନ
ଚକା ନୟନ
ତୋର ନାମ ଭଜି ଭଜି ଯାଉ ଜୀବନ
ରେ ଚକା ନୟନ ରେ ଚକା ନୟନ
ଧାମ ରେ ତୋ ରହିଥାଉ ମୋର ମନ
ରେ ଚକା ନୟନ ରେ ଚକା ନୟନ ।
ମିଛ ସଂସାର ରେ ତୁ ଏକା ସତ
ପ୍ରିୟ ଲାଗେ ମୋତେ ତୋର ଭକତ
ମୋ ପିତା ମାତା ତୁ ହିଁ ଦେବତା
ସୁଖ ଦୁଃଖ ଜାଣୁ ଦେଉ ବାରତା ।
ମୋ ଆଖି କରୁ ନୀତି ତୋର ଦର୍ଶନ
ରେ ଚକା ନୟନ ରେ ଚକା ନୟନ
ଶ୍ରାବଣେ ଶୁଣିବି ତୋର ଳୀଳାମାନ
ରେ ଚକା ନୟନ ରେ ଚକା ନୟନ ।
ତୁହି ମୋର ବନ୍ଧୁ ମୋର ସହୋଦର
ଆଉ ସବୁ ତୁଛ ଲାଗେ ତୁହି ନିଜର
ହୃଦୟ ରେ ମୋର ତୋ ଭାବ ରହୁ
ପ୍ରେମ ଭକ୍ତି ଗଙ୍ଗା ନୀତି ଝରୁ ଥାଉ ।
ପାଦ ପଦ୍ମ ସ୍ମରୁଥାଉ ମୋହରି ପରାଣ
ରେ ଚକା ନୟନ ରେ ଚକା ନୟନ
ତୁଣ୍ଡ ମୋର କରୁ ତୋ ନାମ କିର୍ତ୍ତନ
ରେ ଚକା ନୟନ ରେ ଚକା ନୟନ ।
