Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ବିଘ୍ନ ନାଶନ ହେ ଗଣପତି

ବିଘ୍ନ ନାଶନ ହେ ଗଣପତି

1 min
167



ଦେବ ଗଣ ଯେ କରନ୍ତି ସ୍ତୁତି

ବିଘ୍ନନାଶନ ହେ ଗଣ ପତି

ଗଣେଶ୍ୱର ଗଣକ୍ରୀଡ଼ ନାମ ତୋହର

ବିଦ୍ୟାର୍ଥୀ ଜପିଲେ ବିଦ୍ୟାପାଆନ୍ତି

        (2)

ଗଣନାଥ ଗଣାଧୀପ ହୋଇ

ବକ୍ର ତୁଣ୍ଡେ ଏକଦନ୍ତ ଥାଇ

ସୁର ମାନଙ୍କ ଆନନ୍ଦ ବର୍ଦ୍ଧକ ଠାକୁର

ସୁମୁଖ, ବୁଦ୍ଧ, ବିଘ୍ନ ରାଜ ବୁଲାନ୍ତି

       ( 3)

ଗଜମସ୍ତକ ତାଙ୍କର ଅଛି

ଗଣ ଙ୍କର ଜୟ କରାଉ ଅଛି

ଉତ୍କଟମଦେ ପୂରିତ ହେରମ୍ବ ସମ୍ବର

ଲମ୍ବ କର୍ଣ୍ଣ ଧରି ମାନସେ ରମନ୍ତି

       ( 4)

ଶିବ ଉମା ନନ୍ଦନ ଆଭାରୀ

ବିରୁପାକ୍ଷ, ବରଦାନ କାରି

ବିରାସନେ ତିଷ୍ଠ ତୁମ୍ଭେ ପିତାମ୍ବର ଧର

ଦେବ ରକ୍ଷା ପାଇଁ ଦଇତ୍ୟନାଶନ୍ତି

       ( 5)

ନିଧିପତି, ନିଧି ପ୍ରିୟ ହୋଇ

ପତିପ୍ରିୟ ହିରଣ୍ମୟ ତୁହି

କରାହତ ଧ୍ୱସ୍ତ ସିନ୍ଧୁ ଶଲିଳେ ବିହାର

ଖଣ୍ଡଦନ୍ତ ହେ ଖଣ୍ଡ-ଇନ୍ଦୁ ଆକୃତି

        (6)

ଶ୍ୱେତ ଶ୍ଵେତାମ୍ବର ହାରଧାରି

ସର୍ବ ଆଭରଣ ପୂର୍ଣ୍ଣ କରି

ସର୍ବ ମଙ୍ଗଳ କାରଣେ ମଙ୍ଗଳ ଧରାର

ଦାନକାରି ନାଥ ଦିଅ ହେ ମୁକତି 

     (7)

ସହସ୍ର ପତ୍ର ସସ୍ର ଫଣ୍ୟ ଯୁତ

ସହସ୍ର ଶୀର୍ଷ ହେ ସସ୍ର ନେତ୍ର

ସହସ୍ର ପଦହେ ସହସ୍ର ନାମ ତୋହର

ଦ୍ୱାତ୍ରିଂଶ ଭୈରବଙ୍କୁ , ନମଇଁ ନିତି ।



Rate this content
Log in

Similar oriya poem from Inspirational