Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ଦଦରା ଡଙ୍ଗା

ଦଦରା ଡଙ୍ଗା

1 min
149


ଦିନ ଥିଲା ଯେବେ ନୂଆ ଡଙ୍ଗାଟିଏ 

ନୂଆ ହୋଇ ଆସିଥିଲା ।

ଗଲା ଦିନ ମାସ ବର୍ଷ ସେ ଡଙ୍ଗାଟି

ଆଜି ଦଦରା ହୋଇଲା ।୧।


ଦଦରା ଡଙ୍ଗାଟି ଚାଲୁଛି ନଦୀରେ 

ପାଣି କେବେ ପଶିଯାଏ ।

ଥର ଥର କରି ନାଉରିଆ ଭାଇ 

ସେ ପାଣି ବୁହାଉଥାଏ ।୨।


ଭଲ କରି ନାଆ ବୁହାରେ ନାଉରୀ 

ଦଦରା ଡଙ୍ଗାଟି ତୋର ।

ଲଗା ସେ ପାରିରେ ଡଙ୍ଗାଟିକୁ ନେଇ 

ମାଡୁଛି ଆମକୁ ଡର ।୩।


ଦଦରା ଡଙ୍ଗାଟି ଭାସି ଭାସି ଯାଏ 

ମଙ୍ଗୁଆଳ ନାଉରିଆ ।

କାତ ମାରୁଥାଏ ପାଣିକୁ ବୁହାଏ 

ରହିଥାଏ ହୋଇ ଠିଆ ।୪।


ତଲେଇ ବାନ୍ଧିଛି ପବନ ବହୁଛି 

ଚାଲିଛି ଦଦରା ଡଙ୍ଗା ।

ଡଙ୍ଗା ବୁଡିଗଲେ ସହଯାତ୍ରୀଙ୍କର 

ମୁହଁ ପଡିଯିବ ରଙ୍ଗା ।୫।


ଡର ଭୟ ମନେ ଭରି ରହିଅଛି 

ଡଙ୍ଗା ବୁଡିଯିବ କାଳେ ।

ଦଦରା ଡଙ୍ଗାରେ ବସିପଡିଛନ୍ତି 

ପାରି ନ ହେଲେ ନ ଚଳେ ।୬।


ଆଉ ଡଙ୍ଗା ଆଉ ନାଉରିଆ ନାହିଁ 

ଏଇ ଦଦରା ଡଙ୍ଗାଟି ।

ସଭିଙ୍କର ରାହା ସଭିଙ୍କର ସାହା 

ଯାଉଛି ସେ ପାଣି କାଟି ।୭।


ଯାହା ହେଲେ ହେଉ ଦଦରା ଡଙ୍ଗାଟି

କୂଳେ ଯାଇ ଲାଗିଯାଉ ।

ରକ୍ଷା ପାଇଯିବ ଜୀବନ ଆମର

ଡର ନ ଲାଗିବ ଆଉ ।୮।


ଜୀବନ ଆମର ସେ ଦଦରା ଡଙ୍ଗା 

କେତେବେଳେ ଯିବ ବୁଡି ।

ପ୍ରଭୁ ପଦେ ପ୍ରୀତି ରଖିଥାଅ ନିତି 

ନ ଯିବ ସୁପଥ ହୁଡି ।୯।



Rate this content
Log in

Similar oriya poem from Inspirational