Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ଅନ୍ଧାର ଘର

ଅନ୍ଧାର ଘର

1 min
126



ଅନ୍ଧାର ଘରଟି ଡରାଏ ସଭିଙ୍କୁ

ଡରକୁଳା ବେଶୀ ଡରେ ।

ଆଲୋକ ଜାଳିଲେ ଆଲୋକ ବର୍ତ୍ତିକା

ଅନ୍ଧକାର ଦୂର କରେ ।୧।

ଅନ୍ଧାର ଅଟଇ ଅଜ୍ଞାନ ପ୍ରତୀକ

ଅନ୍ଧକାର ନାଶ କର ।

ଆଲୋକର ଶିଖା ଜ୍ଞାନର ପ୍ରଦୀପ

ଅନ୍ଧକାର କରେ ଦୂର ।୨।

ଅନ୍ଧାର ଘରକୁ ଡର ନାହିଁ କେବେ

ତୁମକୁ ଲାଗିଲେ ଡର ।

ନ ଡରି ଭଲରେ ନିରୀକ୍ଷଣ କର

ଆଉ ନ ଲାଗିବ ଡର ।୩।

ଅନ୍ଧାର ଘର ଭିତରେ ଭୂତ ପ୍ରେତ

ଭୟ ଥିବ ଭାବୁଥିବ ।

ଡର ନାହିଁ କେବେ ଆଲୋକ ଜାଳିଲେ

ତୁମର ଭୟ ନ ଥିବ ।୪।

ଅନ୍ଧାର ଘର ଭିତରେ ନ ରହିବ

ଆଲୋକ ନିଶ୍ଚେ ଜାଳିବ ।

ଆଲୋକ ଯେବେ ନ ଜାଳିବ ସେ ଘର

ମାଡି ମାଡି ପଡୁଥିବ ।୫।

ଅନ୍ଧାରେ ରହିବା ଉଚିତ ନୁହଇ

ଅନ୍ଧାରରେ ଖାଅ ନାହିଁ ।

ଅନ୍ଧାର ଘରରେ ଆତଯାତ ହେବା

କେବେ ଉଚିତ ନୁହଇ ।୬।

ଅନ୍ଧାର ଘରକୁ ଡରିବ କାହିଁକି

କିଛି ଚିନ୍ତା ନ କରିବ ।

ଅନ୍ଧାରେ ନ ରହି ମନେ ରଖିଥାଅ

ନିଶ୍ଚେ ଆଲୁଅ ଜାଳିବ ।୭।

ଅନ୍ଧାର ଘରଟି ଭଲ ଲାଗେ ନାହିଁ

ସୁନ୍ଦର କେବେ ନ ଲାଗେ ।

ଆଲୋକିତ କର ଅନ୍ଧାର ଘରକୁ

ତରତର ହୋଇ ବେଗେ ।୮।

ଅନ୍ଧାର ଘରଟି ଅଶୁଭ ପ୍ରତୀକ

ଶୀଘ୍ର ହଟାଅ ଅନ୍ଧାର ।

ଘରକୁ ତୁମର କେବେହେଲେ ତୁମେ

ନ ରଖିବ ଅନ୍ଧକାର ।୯।

ଆଲୋକ ଜଳିଲେ ଅନ୍ଧାର ହଟିବ

ସରବ ଶୁଭ ହୋଇବ ।

ଅନ୍ଧାର ଘରର ଭୟ ଦୂର ହେବ

ଆଉ ଅନ୍ଧାର ନ ଥିବ ।୧୦।


Rate this content
Log in

Similar oriya poem from Inspirational