Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ତତ୍ତ୍ୱମସି

ତତ୍ତ୍ୱମସି

1 min
133


ତୁ ସେହି ଆତ୍ମ ରୁପ ଅଟୁ

ପରମାତ୍ମା ଙ୍କ ସ୍ୱରୂପ

ଉଦାତ୍ତବାଣୀ ଶ୍ରୀ କୃଷ୍ଣଙ୍କ

ଏ, ଜୀବ ଦେହର ରୂପ ।


ତୁ ସେହି ଏ ଦେହ ମୁଁ ନୁହେଁ

ସେ ପରମାତ୍ମା ଅଟେ ମୁଁ

ପାବନ ଅଭିବ୍ୟକ୍ତ ଏହା

ନିଗୁଢ଼ ତତ୍ତ୍ୱ ଜାଣ ତୁ ।


ଏ ଉପର ର ଖୋଳ ଚୋପା

ଆକାର ଅଟଇତ ତୁ 

ଅସଲ ଅବିନାଶି ତତ୍ତ୍ୱ

ସାର ଅଟଇ ଶସ ମୁଁ ।


ଏ ଭାବ ମନେ ଦୃଢ଼ କର

ଅବନୀଶ୍ୱର ଅଟେ ମୁଁ

ଏ ପରମାନନ୍ଦେ ଆନନ୍ଦ

ସାଗରେ ଖେଳଇ ତ ତୁ ।


ମୁଁ ର ରୁପ ଅଟେ ବିଲୁପ୍ତ

ସଂସାରରେ ପରିବ୍ୟାପ୍ତ

ନିଷ୍କଳଙ୍କ ଏ ଆତ୍ମ ତତ୍ତ୍ୱ

ମୁଁ ଅଟେ ଯେ ପରମାର୍ଥ ।


ଦେହ ମୁଁ ଅଟେ ଭିନ୍ନ ଭିନ୍ନ 

କଲେ ତୁହି ଉପଲବ୍ଧ

ତତ୍ତ୍ୱର ଅଧିକାରୀ ହୋଇ

ଭୋଗିବୁନି ତୁ ପ୍ରାରବ୍ଧ ।


Rate this content
Log in

Similar oriya poem from Inspirational