Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

hrudananda sunani

Inspirational

2.6  

hrudananda sunani

Inspirational

ଆସୁଛି ପୂଜା

ଆସୁଛି ପୂଜା

1 min
180


ଆସୁଛି ପୂଜା ମା ଜଗତ ଜନନୀଙ୍କର

ଦେବୀ ଦଶଭୁଜା ଦୁର୍ଗାଙ୍କର

ଦିଶୁଛି ଧରା ସବୁଜ ରଙ୍ଗର, ରଙ୍ଗର

ସ୍ୱାଗତ ଜଣାଇ ଦୁର୍ଗାଙ୍କର.....

ମେଘ ଦିଶେ ଧଳା କାଶ ତଣ୍ଡି ଦିଶେ ଧଳା


ଧଳା ରଙ୍ଗ ଶାନ୍ତିର ସୂଚନା

ଶ୍ରୀଗଣେଶ ପୂଜା ଆଦ୍ୟ ଶୁଭ ହୁଏ ଧରା

ଦେବୀ ପାଇବେ ପୂଜା ଅର୍ଚ୍ଚନା.....

ମାଗୋ ଦୁର୍ଗତି ନାଶିନୀ

ତୁହି ମହିଷା ମର୍ଦ୍ଦିନୀ

ଦଇତ୍ୟ ବଳ ନାଶି

କି ସୁନ୍ଦର ତୋ ହସି

ତୁହି ମା ଦେଉ ଆନନ୍ଦ

ମନେ ମୋ ମହାସାନନ୍ଦ

ନ କର ଭରସା ବନ୍ଦ

ଚାମୁଣ୍ଡା ରୂପ ଧରି

ଛାମୁକୁ ତୁ ହକାରୀ

ତୁ ମା ସବୁକୁ ଜଣା

କିଛି ନାହିଁ ଅଜଣା

ନାରାୟଣୀ ବ୍ରାହ୍ମଣୀ

ରୁଦ୍ରଦେବୀ ରୁଦ୍ରାଣୀ

ଭୟଙ୍କର  ଭୈରବୀ

ଇନ୍ଦ୍ରାୟଣି   ମାଧବୀ

କାଳୀ ନିଜେ   କଂକାଳୀ

ଉଗ୍ରରୂପ   କରାଳି

ରାମାୟଣୀ   ତୁ ଚଣ୍ଡୀ

ଖାଇଥାଉ  ତୁ ମୁଣ୍ଡି

ଅଷ୍ଟମୀରେ  ତୁ ଉତ୍ପତି

ଦୁର୍ଗା ନାଁ ରେ

ବିଖ୍ୟାତି   ।

 


Rate this content
Log in

Similar oriya poem from Inspirational