Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ଅଜାତଶତ୍ରୁ

ଅଜାତଶତ୍ରୁ

1 min
177


ଧୂମେ ଆଚ୍ଛାଦିତ   ଅଗ୍ନି ପିଣ୍ଡ ଯେହ୍ନେ

   ମଇଳା ଢାଙ୍କେ ଆଇନା

ଜରାୟୁ ଢ଼ାଙ୍କଇ    ଗର୍ଭର ସନ୍ତାନ

   ଜ୍ଞାନକୁ ଢାଙ୍କେ କାମନା

ମହାବାହୁ ହେ ଜୀବନ ଜଞ୍ଜାଳ ସିନା

ପଚିଶ ପ୍ରକୃତି  ପାଞ୍ଚ ମନେ ବନ୍ଧା

   ସଦା କରେ ବାଟ ବଣା ।0।


କାମନା ବନ୍ଧନ  ବାସନା ଇନ୍ଧନ

  ଅଜାତ ଶତ୍ରୁ ଶରୀରେ

ସାକ୍ଷୀ ରୂପେ ପ୍ରଭୁ ଦେଖୁଥାଅ ସବୁ

  ରହି ସବୁରି ଅନ୍ତରେ

ମାଟି ଘଟେ ଆତ୍ମା ତୁମେ ପରମାତ୍ମା

  ଥାଇ କର ଯେ କଳନା

ମହାବାହୁ ହେ ପାପ ପୁଣ୍ୟର ତୁଳନା

କରି ତା ବିଚାର   ଦିଅ ସୁବିଚାର

   ସ୍ୱର୍ଗ କି ଯମ ଯନ୍ତ୍ରଣା ।୧।


ପଞ୍ଚ ଇନ୍ଦ୍ରିୟର  ପଞ୍ଚ ବାଣେ ପ୍ରାଣ

   ଲଭୁଛି ନାନା ବେଦନା

ଦେହର କାମନା  ମନର ଭାବନା

   ଅନିତ୍ୟ ସୁଖ ବାସନା

ସତ୍ କର୍ମୁ ବିଚ୍ୟୁତ କରେ ସଦା ଏ ତ

   ଜୀବନେ ଭରେ ଯାତନା

ମହାବାହୁ ହେ ସତ୍ତା ତ ଖୋଜି ପାଏନା

ଏ ଶରୀରେ ଶତ୍ରୁ ପ୍ରାୟେ ଢାଙ୍କି ଥାଏ 

   ପଞ୍ଚ ଇନ୍ଦ୍ରିୟ ବାସନା ।୨।



Rate this content
Log in

Similar oriya poem from Inspirational