STORYMIRROR

MAMATA RANI SATAPATHY

Inspirational

3  

MAMATA RANI SATAPATHY

Inspirational

ମାନବିକତା

ମାନବିକତା

1 min
189


ପ୍ରେମ,ଦୟା,କ୍ଷମା,ଆଦର,ସମ୍ମାନ

      ସ୍ବଭାବ ଅଟେ ମାନବର 

ସୁଖରେ ଦୁଃଖରେ ସହଭାଗୀ ହେବା

      ମାନବିକତାର ପରିଚୟ।।


କିନ୍ତୁ ହାୟ......!!!

ଆଜି ମନୁଷ୍ୟ ଅଛି କିନ୍ତୁ

      ନାହିଁ ମାନବିକତା 

ସଂସାର ଚାଲିଛି କିନ୍ତୁ

     ଭରିଯାଇଛି ଆବିଳତା।।


ସ୍ନେହ,ପ୍ରେମ,ଦୟା,ଉଦାର,ନମ୍ରତା...

      ସବୁ ତ ଯାଇଛି ହଜି 

ସହନଶୀଳତାର ଘୋର ଅଭାବ

      ମନୁଷ୍ୟ ସ୍ବାର୍ଥରେ ଯାଇଛି ଭିଜି।।


ପଶୁ ଠାରୁ ହୀନ କରୁଅଛି କର୍ମ

        ଭୂଲିଛି ସେ ମାନବ ବୋଲି

ନିଷ୍ଠୁର, ନିର୍ଦ୍ଦୟ କ୍ରୋଧାନ୍ବିତ ହୋଇ 

         କୁକର୍ମ କରଇ ଖାଲି।।


ମାନବୀୟ ଗୁଣ ଲୋପ ପାଇପାଇ ଯାଏ

         ସ୍ବାର୍ଥ ଅହଂକାରେ ଆସି

ଯୁଆଡେ ଦେଖିବ ଘୃଣାର ପାହାଡ

<

p>         ସଂସାର ଯାଉଛି ଭାସି।।


ହିଂସା,ପ୍ରତିହିଂସା,ପ୍ରତିଶୋଧର ବହ୍ନି

      ପ୍ରତି ମୁହୂର୍ତ୍ତରେ ଜାଳୁଛି ମଣିଷକୁ

ମୁଖାଧାରୀ ହୋଇ ବହୁରୂପୀ ସାଜି

         ଭୁଲିଛି ସିଏ ମମତ୍ବବୋଧକୁ।।


ସତରେ ମାନବିକତା ହଜି ଯାଇଛି ନା

         ହଜାଇ ଦେଇଛେ ଆମେ

ଟିକେ ଚେଷ୍ଟାକଲେ ସୁପ୍ତ ମାନବିକତାକୁ

         ପୁଣି ଜଗାଇ ପାରିବା ଆମେ।।


ମଣିଷ ଜୀବନ ଦୁର୍ଲଭ ମର୍ତ୍ତ୍ୟରେ

        ମିଳେ କୋଟି ପୂଣ୍ୟବଳେ

ପର ଉପକାର ଯିଏ ନିତି କରୁଥାଏ 

        ପ୍ରକୃତ ମଣିଷ ବୋଲାଏ ଭଲେ।।


ସାରା ସଂସାରଟା ଗୋଟେ ପରିବାର

         ସର୍ବେ ବନ୍ଧୁ ସହୋଦର...,

ମନରେ ଆଣିଲେ ଥରେ ଏ ଭାବନା

   ଦୂରେଇଯିବ ଅଛି ଯେତେ ଅହଂକାର।



Rate this content
Log in

Similar oriya poem from Inspirational