Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

3  

Arjuni charan Behera

Inspirational

ହିନ୍ଦୀ ଦିବସ ଅନୁଚିନ୍ତା

ହିନ୍ଦୀ ଦିବସ ଅନୁଚିନ୍ତା

1 min
156


      

ମହାନ ଆମର ରାଷ୍ଟ୍ରଭାଷା ଭାଈ ହିନ୍ଦୀ l

ଏ ଭାଷାର ସଙ୍ଗେ ଅଛି କେବା ପ୍ରତିଦ୍ବନ୍ଦୀ ll

ଦେବ ଭାଷା ସଂସ୍କୃତଟି ଏହାର ଜନନୀ l

ମହାଭାରତୀୟ ଜାତି ବାକ୍ୟ ସ୍ରୋତସ୍ୱିନୀ ll 

ସୁନ୍ଦର ସୁମିଷ୍ଟ ଭାଷା ଅତି ମନୋରମ l

ଔଜସ୍ବୀନୀ ସରଳତା ତରଳତା ଧର୍ମ ll

ଏ ଭାଷା ଭାରତୀୟର ଅଟେ ପରିଚୟ l

ଭ୍ରାତୃ ସୂତ୍ରେ ଗୁନ୍ଥା ଦେଶ ବିଶ୍ୱ ସମୁଦାୟ ll

ସମୃଦ୍ଧ ଏ ଭାଷା ଆମ ସାହିତ୍ୟର ସିନ୍ଧୁ l

ସାହିତ୍ୟ ରଥିଙ୍କେ ପୁଷ୍ଟ ଲେଖନୀର ବିନ୍ଦୁ ll

ରାମଚରିତ ମାନସ ସନ୍ଥ ଶ୍ରୀ ତୁଳସୀ l

ମୀରା ବଜାଇଲେ କୃଷ୍ଣପ୍ରେମ ମଧୁବଂଶୀ ll

ତତ୍ତ୍ୱ ପୂର୍ଣ୍ଣ ବାକ୍ୟ ସନ୍ଥ କବୀରଙ୍କ ବାଣୀ l

ସୁର ଦାସଙ୍କର ସୁର ସୂର ତରଙ୍ଗିଣୀ ll

ପ୍ରେମଚାନ୍ଦ ଚଳାଇଲେ ସାହିତ୍ୟ ସ୍ୟନ୍ଦନ l

ନମକଦାରୋଗା,ପ୍ରେମାଶ୍ରମ ଓ ଗୋଦାନ ll

ରାମଧରି, ମହାଦେବୀ, ସୁମିତ୍ରା ନନ୍ଦନ l

ଭାଷା ଅର୍ଘ୍ୟଦାନେ କଲେ ଭାରତ ବନ୍ଦନ ll

ଚତୁର ସେନ ଓ କବି ମୈଥିଳି ଶରଣ l

ହରବଂଶ ରାୟ ବଚ୍ଚନ ସୁଭଦ୍ରା ଚୌହାନ ll

ଏହିପରି କେତେ ସାହିତ୍ୟିକ କେତେ କବି l

କାଳବକ୍ଷେ ଆଙ୍କି ଗଲେ ହିନ୍ଦୀ ଭାଷାଛବି ll

ଇଂରାଜୀ ଭାଷା ସଙ୍ଗତେ ନାହିଁ ତାର ବାଦ l

ଇଂରାଜୀ ଶବ୍ଦକୋଷରେ କେତେ ହିନ୍ଦୀ ଶବ୍ଦ ll ଅନେକ ଭାଷାର ଦେଶ ଭାରତ ଆମର l

ହିନ୍ଦୀ ତାହା ମଧ୍ୟେ ସିନ୍ଥୀ ସିନ୍ଦୁରର ଗାର ll

ଚଉଦ ସିତମ୍ବର ଉଣେଇଶ ଅଣଚାଶେ l

ହିନ୍ଦୀ ରାଷ୍ଟ୍ରଭାଷା ହେଲା ଏ ଭାରତବର୍ଷେ ll

ହିନ୍ଦୀରେ ଭାଷଣ ହିନ୍ଦୀ ପଠନ ଲିଖନ l

ସର୍ବ ଭାରତୀୟଙ୍କର ହେଉ ଏହା ଧ୍ୟାନ ll

ନମଇଁ ମା ଭାଷା କମଳିନୀ ଭାଷା ହିନ୍ଦୀ l

ନମଇଁ ଭାରତ ମାତା ତୋ ମଥାରେ ବିନ୍ଦି ll

         


Rate this content
Log in

Similar oriya poem from Inspirational