STORYMIRROR

PRIYARANJAN SAHOO

Inspirational

3  

PRIYARANJAN SAHOO

Inspirational

ଲେଖିବସେ କବିତା

ଲେଖିବସେ କବିତା

1 min
209

କିଛି ଆଶ୍ଵାସନାର ଶୀତଳ ଜ୍ୟୋତ୍ସ୍ନା 

ଅବା ବେଦନାରେ ସିକ୍ତ କିଞ୍ଚିତ ତୃଷ୍ଣା

ଅହରହ କରିବସେ ବିବ୍ରତ

ସାଉଁଟିବାକୁ ହୃତ ମୁକୁତା

ସେବେ ମୁଁ ଲେଖିବସେ କବିତା.....


ଯାବତ୍ ଦିବସର କୋଳାହଳେ

ଅବା ନିଶାର୍ଦ୍ଧର ଦାବାନଳେ..

ବିନିଦ୍ର କି ବା ବ୍ୟାକୁଳିତ

ଅଚେତନେ ଭରିଦିଏ ସପନର ଛିଟା

ସେବେ ମୁଁ ରୂପ ଦିଏ କବିତା...


ସଂସ୍କୃତିର ଭରା ସପ୍ତରଙ୍ଗେ

ପାରମ୍ପରିକ ସୌହାର୍ଦ୍ଦ୍ୟ ତରଙ୍ଗେ

ଅବୋଧ୍ୟ ହୁଏ ମହାନତା

ଅଜାଣତେ ଭରିଦେଇ ଛିଟା

ସେବେ ମୁଁ ରଚିବସେ କବିତା......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational