Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pranati Mahapatra

Inspirational

3  

Pranati Mahapatra

Inspirational

ଜୟ ବିନାୟକ

ଜୟ ବିନାୟକ

1 min
169


ଅଗ୍ରପୂଜ୍ୟ ବିନାୟକ ପାର୍ବତୀ ତନୟ

 ଘେନ ପ୍ରଣାମ ଆମ୍ଭର ,

ବିଦ୍ୟାଦାତା ସର୍ବ ଶୁଭକର୍ତ୍ତା ମୂଷିକ   

   ବାହନ ହେ ବୃକୋଦର ।


ଗଜ ବଦନାୟ ସିଦ୍ଧିବୁଦ୍ଧି ଦାତା

  ଓଁ ଗଂ ଗଣପତୟେ ନମଃ,

 ପରଶୁ,ପାଶ,ଅଂକୁଶ ଆୟୁଧାୟ 

  ଜୟ ଗଣେଶାୟ ନମୋନମଃ।


 ବିଘ୍ନହର୍ତ୍ତାପ୍ରଭୁ ତୁମେ ଧୂମକେତୁ   

   ଗଣାଧ୍ୟକ୍ଷ ବିଘ୍ନହର,

 ସୁମୁଖ,ବ୍ରହ୍ମଣସ୍ପତି ଶୂପକର୍ଣ୍ଣ

  ବିଘ୍ନେଶ୍ୱର ମୟୂରେଶ୍ୱର।


ଏକଦନ୍ତ, କୃଷ୍ଣପିଙ୍ଗାକ୍ଷ ଗଜବକ୍ରାୟ

  ଗଣପତି ଗଜାନନ ,

ଗ'ରେ ମୋକ୍ଷ ସମାଧିର ଯୋଗୀ

 ଜ' ସାଂସାରିକ ଦୃଷ୍ଟିକୋଣ।


 ମୋକ୍ଷଦାୟକ ଗଜାନନ ପ୍ରଭୁ

 ବକ୍ରତୁଣ୍ଡାୟ ନମୋନମଃ ,

ବିଘ୍ନ ରାଜେନ୍ଦ୍ର ଭାଲଚନ୍ଦ୍ର ବିକଟ

 ଲମ୍ବୋଦରାୟ ନମୋନମଃ ।


ଓମ୍ ଗଂ ଗଣପତୟେ ନମଃ



Rate this content
Log in