STORYMIRROR

Gyanaranjan Bastia

Inspirational

3  

Gyanaranjan Bastia

Inspirational

କଳା ଠାକୁର

କଳା ଠାକୁର

1 min
192

ଜଗତ ନାଥ ଦୁଃଖହାରୀ ମୋ କଳାଠାକୁର

ଏ ମର୍ତ୍ତ୍ୟ ମଣ୍ଡଳେ ବିଚିତ୍ର ଲୀଳା ଯେ ତୋହର।

ହାତ ନଥାଇ ବି ତୋ ମହାବାହୁ ଡାକ ପାଉ

ପାଦ ନଥାଇ ବି ରତ୍ନ କଠଉ ପିନ୍ଧୁଥାଉ।

ବଡ଼ଦାଣ୍ଡ,ବଡ଼ନେତ,ବଡ଼ପଣ୍ଡା ତୋ ତୋର

ବଡ଼ ଠାକୁର ବୋଲି ଜାଣେ ଏ ସାରା ସଂସାର।

ଭାବଗ୍ରାହୀ ଭାବର ଠାକୁର କଳିଆସାଆନ୍ତ

ଦୁଃଖୀ ଦୁଃଖ ନାଶ କରୁ ତୁହି ପତିତ ନାଥ।

ଏ ମନ ଖୋଜୁଛି କେମିତି ଦେଖିବି ତତେରେ

ବାଇଶି ପାହାଚେ ଗଡନ୍ତି ତୋ ବଡ ଦାଣ୍ଡରେ।

ହାତରେ ଧରନ୍ତି କି ମୁଠେ ତୋ ଶରଧା ବାଲି

ଆନନ୍ଦ ବଜାରେ ଖାଆନ୍ତି ତୋ ଅବଢ଼ା ଡାଲି।

ନିରାଡମ୍ବେ ପାଳିତ ହୋଇଲା ତୋ ରଥଟଣା

କି କରୋନା ହେଲା ଯେ ଭକ୍ତଙ୍କୁ ଟାଣିବା ମନା।

ଅସହ୍ୟ ମହାମାରୀ କରୋନା ଦୁଃଖ ପାଇକି

ଶରୀର ଥକିଲାଣି ମତେ ନେ ପାଖକୁ ଡାକି।


Rate this content
Log in

Similar oriya poem from Inspirational