ଗଣେଶ ପୂଜା
ଗଣେଶ ପୂଜା
1 min
349
ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ
ଗିରିଜା ନନ୍ଦନ ପୂଜାର ତିଥୀ।
ଘରେ ଘରେ ହୁଏ ଗଣେଶ ପୂଜା
ସଭିଏଁ କରନ୍ତି ମଣ୍ଡପ ସଜ୍ଜା।
ବିଦ୍ୟାଦାତା ସେ ଯେ ଵିଘ୍ନବିନାଶୀ
ଧନ ସିଦ୍ଧିଦାତା ମଙ୍ଗଳ ରାଶୀ।
ବକ୍ରତୁଣ୍ଡେ ଦିଶେ କେଡେ ସୁନ୍ଦର
କୋଟି ସୂର୍ଯ୍ୟ ସମ ଦିପ୍ତୀ ଯାହାର।
ମୂଷିକରାଜନ ବାହନ ଯାର
ଛୋଟ ହେଲେ ମଧ୍ୟ ତେଜ ଅପାର।
ଅଗ୍ରପୂଜ୍ୟ ସେଯେ ସୃଷ୍ଟିରେ ଶ୍ରେଷ୍ଠ
ମା ବାପା ଠାରେ ବ୍ରହ୍ମାଣ୍ଡ ସନ୍ତୁଷ୍ଟ।
ମହାଭାରତ ର ରଚନା ଲାଗି
ବ୍ରହ୍ମାଙ୍କୁ ବ୍ୟାସ କଲେ ଗୁହାରି।
ବ୍ରହ୍ମାଙ୍କ ନିର୍ଦ୍ଦେଶେ ଗଣେଶ ଗଲେ
ଅନର୍ଗଳ ନିର୍ଭୁଲ ରଚନା କଲେ।
ଭକ୍ତିରେ ତାହାଙ୍କୁ ଯାହା ମାଗିବ
ମନ ଜାଣି କରି ଦିଅନ୍ତି ସର୍ବ।।
