ସର୍ତ୍ତହୀନ ସେଇ ଅପେକ୍ଷା
ସର୍ତ୍ତହୀନ ସେଇ ଅପେକ୍ଷା
ତୁମକୁ ପାଇବାର ପ୍ରତୀକ୍ଷା
ମନ ଭିତରେ ଥିବା ଅକୁହା କଥା
ଆଉ ଟିକିଏ ଭଲପାଇବା।
ଜୀବନର ଦୋଛକିରେ ଛିଡ଼ା ହେଇ
ପ୍ରଶ୍ନ କରେ ନିଜକୁ
ଯିବି କୋଉ ପଥକୁ
ନା କହି ପାରୁଛି ନା ରହିପାରୁଛି,
ଥାଏ କିଛି ପାଇବାର ଆଶା
ଆଉ ହରେଇବାର ଡର।
ଭାବେ କହିଦେବି ଏ ମନର କଥା
ହେଲେ ଜାଣିବାକୁ ପାଏ
ସେ ଆଉ କାହା ପାଇଁ ସଜା।
ତଥାପି କରିଛି ମୁଁ ସର୍ତ୍ତହୀନ ଅପେକ୍ଷା।
