STORYMIRROR

Gyanaranjan Bastia

Abstract Others

3  

Gyanaranjan Bastia

Abstract Others

ସର୍ତ୍ତହୀନ ସେଇ ଅପେକ୍ଷା

ସର୍ତ୍ତହୀନ ସେଇ ଅପେକ୍ଷା

1 min
192

ତୁମକୁ ପାଇବାର ପ୍ରତୀକ୍ଷା

ମନ ଭିତରେ ଥିବା ଅକୁହା କଥା

ଆଉ ଟିକିଏ ଭଲପାଇବା।

ଜୀବନର ଦୋଛକିରେ ଛିଡ଼ା ହେଇ 

ପ୍ରଶ୍ନ କରେ ନିଜକୁ

ଯିବି କୋଉ ପଥକୁ 

ନା କହି ପାରୁଛି ନା ରହିପାରୁଛି,

ଥାଏ କିଛି ପାଇବାର ଆଶା 

ଆଉ ହରେଇବାର ଡର।

ଭାବେ କହିଦେବି ଏ ମନର କଥା

ହେଲେ ଜାଣିବାକୁ ପାଏ

ସେ ଆଉ କାହା ପାଇଁ ସଜା।

ତଥାପି କରିଛି ମୁଁ ସର୍ତ୍ତହୀନ ଅପେକ୍ଷା।


Rate this content
Log in

Similar oriya poem from Abstract