Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Manorama Mohanty

Inspirational

3  

Manorama Mohanty

Inspirational

ମାଆ ସିଏ

ମାଆ ସିଏ

1 min
187



ମାଆ ସିଏ.... 

ପିଲାଙ୍କୁ ଆବୋରି ନିଏ କୋଳକୁ 

ଯେଉଁଠି ସ୍ୱର୍ଗ ମିଳିଯାଏ.... |

ଟିକିଏ ଆହାଃ ର ଆଲ୍ଲାଦରେ 

ଲୁହ ପୋଛି ଦିଏ, 

ଯା ପାଇଁ ଜୀବନ ସାର୍ଥକ ହୁଏ.... 

ମାଆ ସିଏ..... |

ଯିଏ ଜଣାଇଥାଏ 

ଅନ୍ୟକୁ ଚିହ୍ନିବାର କଳା, 

ନିଜର ଅତୁଟ ବିଶ୍ୱାସ ଅକାତ ମମତାର ସଂସର୍ଗରେ... 

ଅପସରିଯାଏ ଅଚିହ୍ନାପଣର ପରଳ 

ରଚି ହୁଏ ତା ପାଇଁ ନିଜ ପରିଚୟ

ମାଆ ସିଏ... |

ଭଙ୍ଗା ଗଢ଼ା ସଂସାର ଖେଳ ଭିତରେ 

ସିଏ ତ ଚିହ୍ନାଇ ଥାଏ ବିଶ୍ୱବ୍ରହ୍ମାଣ୍ଡକୁ 

ଜୀବନ ର ପ୍ରତିଟି ସୁସମ୍ପର୍କ କୁ 

ଅନ୍ତରଙ୍ଗ ଭାବେ ଜୀଇଁବାକୁ, 

ମାଆ ସିଏ... |

ମାଆ ସିଏ ଯିଏ ହାତଧରି ଶିଖାଇ ଥାଏ, 

ଖାଲି ସିଲଟ ଉପରେ 

କିପରି ଆଙ୍କିବାକୁ ହୁଏ 

ଜୀବନ ର ଚିତ୍ର 

ମାଆ ସିଏ.... |

ମାଆ ପ୍ରସବଯନ୍ତ୍ରଣା ର 

ବେଦନାକ୍ତ ଚିତ୍କାର କୁ 

କେବେ କେଉଁ ପିଲା କ'ଣ ମନେ ରଖିପାରେ? 

ନା, କେବଳ ବୋଝ ଉପରେ ନଳିତାବିଡା 

କାହାକୁ କହିବ ଅବା !

ସେ ପରା ଜବକାଚ ଟିଏ 

ସବୁବେଳେ ଦିକ ଦିକ ଜଳୁଥିବ

ପିଲାଙ୍କ ମଙ୍ଗଳ ଚିନ୍ତାରେ 

ହାତ ଯୋଡୁଥିବ ଦଶଦିଗ ପାଳଙ୍କୁ 

ମାଆ ସିଏ... |

କେବେ ହେଲେ ଚିନ୍ତ ନି 

ମାଆ ର ମନକୁ ବିଷାଦିତ କରିବାର 

ମାଆ ତ କ୍ଷମାମୟୀ 

ଯା ପାଦତଳେ କୋଟି ଜନ୍ମର 

ପାପ କ୍ଷୟ ହୁଏ 

ମାଆ ସିଏ... ।


Rate this content
Log in