Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Inspirational Others

3  

Prabhati Mahapatra

Inspirational Others

ଜୟ ବିଶ୍ଵକର୍ମା ଦେବ

ଜୟ ବିଶ୍ଵକର୍ମା ଦେବ

1 min
459



ଆହେ ବିଶ୍ଵକର୍ମା ତୁମେ

କୋଟି ନମସ୍କାର

କାତରେ ଡାକୁଛି ଆଜି

ଥରେ କୃପା କର ।

ନିମିଷକେ ସୃଷ୍ଟି କଲ

ଇନ୍ଦ୍ରଙ୍କ ଭୁବନ

ରଙ୍ଗ ମହଲ ସଙ୍ଗତେ

ନନ୍ଦନ କାନନ ।

ଲକ୍ଷ୍ମୀ ଦେବୀ ଯେବେ କ୍ରୋଧେ

ତ୍ୟାଗୀଲେ ମନ୍ଦିର

ତୁମେ ଗଢି ଦେଲ ଦିବ୍ୟ

ମହଲ ସୁନ୍ଦର ।

ବଢେଇ ବେଶକୁ ଧରି

ଶ୍ରୀମନ୍ଦିରେ ଗୁପ୍ତେ

ଗଢି ଦେଲ ଅଦୃଶ୍ୟରେ

ପ୍ରଭୁ ଜଗନ୍ନଥେ ।

ଅନେକ କଳ୍ପନା ଦେଇ

ସରଜନା କର

ମନୁଷ୍ୟ ହୃଦୟ କଥା

ବିଚାର ନକର ।

ସକଳ ମାନସେ ରହି

ସତ୍ୟ ନ୍ୟାୟ ଦିଅ

ନିଷ୍କପଟ ଚିତ୍ତ ଗଢ

ପୋଛି ଲୋଭ ମୋହ ।

ଧରଣୀରୁ ବିଷ ବୃକ୍ଷ

ମୂଳୋତ୍ପାଟନ କରି 

ରକ୍ଷା କର ଆହେ ଦେବ

ଛିଞ୍ଚି ସୁଧା ବାରି ।

ଦେବ ଗଣ ମନ ଚାହେଁ

ସୃଷ୍ଟି କଲ ଘର

ମର୍ତ୍ତ୍ୟଲୋକ ପାଇଁ ତୁମ

ପାତରଅନ୍ତର ।

ଶୁନ୍ୟ ବିହାୟସ ତଳେ

ଅତି ଅସହାୟ

ଦୁଃଖ ଦେଖି କ୍ଲେଶ ନାଶ

ନହୋଇ ନିର୍ଦ୍ଦୟ ।







Rate this content
Log in

Similar oriya poem from Inspirational