STORYMIRROR

PRIYARANJAN SAHOO

Inspirational

3  

PRIYARANJAN SAHOO

Inspirational

ଆମ ଭାଗବତ

ଆମ ଭାଗବତ

1 min
156

ଓଡ଼ିଆ ଘର ଭାଗବତ

ପଢ଼ାଏ ଜୀବନ ମହତ୍ତ୍ଵ..


ପୂର୍ଣ୍ଣ କରି କୃଷ୍ଣ ଚରିତ

ମନକୁ କରଇ ପବିତ୍ର..


ଛନ୍ଦରେ ଗଢ଼ା ନବାକ୍ଷରୀ

ନବ ରସରେ ଅଛି ଭରି..


କର୍ମ ଜଂଜାଳ ମଧ୍ୟେ ଥାଇ

କିଞ୍ଚିତ ଶ୍ରବଣ କରଇ..


ଧନ୍ୟ ହୁଅଇ ତନୁ ମନ

ଶୁଦ୍ଧ ହୁଅଇ ଅକିଞ୍ଚନ..


ଏ ପରା ଘୋର କଳି କାଳ

କର୍ମ ସାଥିରେ ଇଷ୍ଟ ସ୍ମର..


ତ୍ରିତାପ ଜ୍ଵାଳା ବିନାଶକ

ଅତିବଡ଼ିଙ୍କ ଏ କର୍ତ୍ତୃକ...


ବିବିଧ କୃଷ୍ଣ ଲୀଳା ସଙ୍ଗେ

ଅତୀବ ଜୀବନ ତରଙ୍ଗେ..


ଓଡ଼ିଆ ସତ୍ତା ଆଦିପ୍ରାଣ

ଯହିଁରେ ପ୍ରଭୁ ବିଦ୍ୟମାନ..


ଏ ଅଷ୍ଟାଦଶ ସ୍କନ୍ଦଭରେ

ବିଭୁ ଅମୃତ ନିତ୍ୟ ଝରେ..


ବ୍ରହ୍ମ ବିଜ୍ଞାନ ଆଦି କେତେ

ସର୍ବତ୍ର ଶ୍ରୀ କୃଷ୍ଣ ସଙ୍ଗତେ..


ଇନ୍ଦୁ ଉତ୍ସବେ ଗର୍ଭଜାତ

ଏ ଜନ ବୋଲେ ' ଭାଗବତ ' ...!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational