STORYMIRROR

Kalandi pal

Inspirational

3  

Kalandi pal

Inspirational

ଭାଦ୍ରବ ଶ୍ରେଷ୍ଠ

ଭାଦ୍ରବ ଶ୍ରେଷ୍ଠ

1 min
292


ଭାଦ୍ରବ ଯେ ଶ୍ରେଷ୍ଠ ବାର ମାସେ ମଧ୍ୟେ 

ଭୋଗଭୂମି ସମ ଉତ୍ସବ ସଉଧେ. ll


ଭୁର୍ଲୋକେ ଉତ୍ସବ ଭବନେ ଭବନେ

ଭାଗ୍ୟବାନ ମଣେ ଭଗବତ ଭଜନେ. ll


ଭଦ୍ରାସନେ ବିଜେ ସେ ବୁଧିବାମନ

ଭାଗ୍ୟବାନେ ନାରୀ ହୁଅଇ ଭାଜନ. ll


ଭାଦ୍ର ବୁଧବାର ମନାସି ମଙ୍ଗଳ

ଭକ୍ତି ଭରେ କରେ ପୂଜାର ସମ୍ଭାର. ll


ଭଗବତୀ ମାତା ଆଳୟେ ଆଳୟେ

ଭବେ ଭାସମାନ ମଙ୍ଗଳା ପରାୟେ. ll


ଭର୍ଚ୍ଚାର ଭାତୃତ୍ୱ ଦୀର୍ଘାୟୁ ଭାବନେ

ଭଗ୍ନି ଭାନୁବାରେ ଭଜନେ ଚରଣେ. ll


ଭୂଧର ଜନ୍ମନ୍ତି ଦେବକୀ ଉଦରେ

ଭବେ ଜନ୍ମାଷ୍ଟମୀ ପାଳନ୍ତି ଭାଦ୍ରରେ. ll


ଭଜନ କୀର୍ତ୍ତନ ଭବନେ ଭବନେ

ଭୂଞ୍ଜା ଭୁଞ୍ଜି ଖସା ଲଡ଼ୁ ଓ ମିଷ୍ଟାନ୍ନେ. ll


ଭଗବତୀ ପୁତ୍ର ଭାସ୍ଵର ଗଣେଶ

ଭାନୁ ସମ ଜ୍ୟୋତି ଭୁର୍ଲୋକ ଭବିଷ. ll


ଭାଦ୍ର ଶୁକ୍ଳ ଚତୁର୍ଥୀ ଅଟେ ଜନ୍ମ ତିଥି

ଭଗବତୀ ମଳୁଖରୁ ହେଲେ ଉତପତି. ll


ଭଟ୍ଟାର ମନରେ ଜୁଆର ଭରଇ

ଭାଦ୍ର ଶୁକ୍ଳ ଷଷ୍ଠି ସେ ଷଠୀ ଦୁଷେଇ. ll


ଭକ୍ତି ଭରେ ପୁଜେ ନାରୀ ଭାନୁମତୀ

ଭୁତଭାବନଙ୍କ ଅଦ୍ଭୁତ ଭାରତୀ. ll

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational