Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ଅଙ୍ଗାର

ଅଙ୍ଗାର

1 min
138



ରୂପଟି ମୋହର କଳା

ଶହେ ଥର ମୋତେ ଧୋଇଦିଅ

ମୋର ଦେହୁ ନ ଯିବ ମଇଳା ।୧।

କେତେ କାମରେ ମୁଁ ଆସେ

ସେ କଥା ଭାବିଲେ ଖୁସି ଲାଗେ ମୋତେ

ତୁମକୁ ସତେ କି ବାସେ ?୨।

ଆଞ୍ଚ ନିଆଁ କରିଦିଅ

ମୋତେ ପକେଇଲେ ସେ ଆଞ୍ଚ ନିଆଁରେ

ହୁଏ ମୁହିଁ ଡହ ଡହ ।୩।

ରଡ ନିଆଁ ଗଲେ ହୋଇ

ଆଇରନ୍ କର ରୋଷେଇ ବି କର

କିଛି ଆଉ ଚିନ୍ତା ନାହିଁ ।୪।

କମାର ଉହାରେ ରହି

ତାତିଗଲେ ଲୁହା ଲାଲ୍ ଲାଲ୍ ହୋଇ

କେତେ ସଜ ସେ କରଇ ।୫।

କେତେ ଖୋଜା ମୋତେ ହୁଏ

ଆର୍ଥିଂ ହୋଇବ ବିଜୁଳି ଲାଇନ୍

ଘରେ ଯେବେ ଆସିଯାଏ ।୬।

ଯେତେ କାଠ ପୋଡୁଥାଅ

ପୋଡିଗଲେ କାଠ ଅଙ୍ଗାର ହୋଇବ

ନାହିଁ ଏଥିରେ ସନ୍ଦେହ ।୭।

ଶେଷରେ ମୁହିଁ ପାଉଁଶ

ହୁଏ ହେଲେ ଲାଗେ ତୁମରି କାମରେ

ନ ରହେ ମୋ ଅବଶେଷ ।୮।

ବାସନ ମଜା କାମରେ

ଲାଗିଲେ ମୁଁ ଦେଖ ସେ ସବୁ ବାସନ

କେତେ ଚିକ୍ ଚିକ୍ କରେ ।୯

ରୂପ ସିନା କଳା ମୋର

ରୂପରେ କି କାମ ଗୁଣିଆ ଚିହ୍ନିଛି

ଗୁଣକୁ ସଦା ମୋହର ।୧୦।

ପରହିତେ ମୋ ଜୀବନ

ଲାଗିଛି ମୋହର ଜନମଦାତାଙ୍କୁ

କରୁଛି ମୁଁ ଧନ୍ୟ ଧନ୍ୟ ।୧୧।

ମୋହ ପରି ତୁମେ ହୁଅ

ଜୀବନରେ ପର ଉପକାର କରି

ସଭିଙ୍କର ମନ ମୋହ ।୧୨।


Rate this content
Log in

Similar oriya poem from Inspirational